ସ୍ବର୍ଗତ ସତ୍ୟବାଦୀ ବେହେରା ଙ୍କ ଶୋକସଭା ଏବଂ ଢେଙ୍କାନାଳ ବୁଦ୍ଧିଜିବୀ ମଞ୍ଚ ଗଠନ !

ଢେଙ୍କାନାଳ : ସହର ସ୍ଥିତ ଯାଉଁଳି ପୋଖରୀ ମଠରେ ସହରର ଅନେକ ବୁଦ୍ଧିଜିବୀ ମାନେ ଏକତ୍ରିତ ହୋଇ ବିଗତ ଲକ୍ଷ୍ମୀପୂଜା ଭସାଣି ସମୟରେ ହୃଦଘାତରେ ମୃତ୍ୟୁବରଣ କରିଥିବା ନାରୁ ତଥା ସତ୍ୟବାଦୀ ବେହେରା ଙ୍କ ଉଦ୍ଦେଶ୍ୟ ରେ ଶୋକସଭା କରିଥିଲେ |

ଭାରତୀୟ ଜନସଂଖ୍ୟା ଫାଉଣ୍ଡେସନ ଏବଂ ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ର ମିଳିତ ସହଯୋଗ ରେ ଆୟୋଜିତ ଉକ୍ତ ସଭା ରେ ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ କଲ୍ୟାଣ କାନୁନଗୋ ସଭାପତିତ୍ବ କରିଥିବାବେଳେ ଉକ୍ତ ଶୋକସଭା ରେ ଜନସଂଖ୍ୟା ଫାଉଣ୍ଡେସନ ର ବାବୁଚାନ୍ଦ୍ ମହାଳିକ ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ର ସଭାପତି ସୋମେନ୍ଦୁ ଶତପଥି ଙ୍କ ସମେତ ସମସ୍ତ ସଦସ୍ୟ, ସଚେତନ ନାଗରିକ ଫୋରମ୍ ର ସଭାପତି ସୁରେନ୍ଦ୍ର ମିଶ୍ର, ଗାନ୍ଧୀ ବିଚାର ମଞ୍ଚ ର ସରୋଜ କୁମାର ଶତପଥି, ଚାମ୍ବର ଅଫ କମର୍ସ ର ସଭାପତି ରାଜେନ୍ଦ୍ର କୁମାର ଦାସ, ଆର୍. ବି. ଆଇ କର୍ମକର୍ତ୍ତା ପ୍ରିୟବ୍ରତ ଗଡନାୟକ ,ସକ୍ରିୟ ନାଗରିକ ମଞ୍ଚ ର ସଦସ୍ୟ ଅଖିଳ ମହାପାତ୍ର ଙ୍କ ସମେତ ଆଇନଜିବୀ ଗିରିଜା ପ୍ରସାଦ ମହାନ୍ତି, ପ୍ରକାଶ ଚନ୍ଦ୍ର ରାଉତ, ବୈକୁଣ୍ଠ ନାଥଦ୍ବିବେଦୀ, ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ଏବଂ ରବି ନାରାୟଣ ମହାନ୍ତି, ଅବିନାଶ ପଟ୍ଟନାୟକ ବିନୋଦ ମଲ୍ଲିକ ପ୍ରମୁଖ ବହୁ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

ପ୍ରାରମ୍ଭ ରେ ସମସ୍ତ ସଦସ୍ୟ ମିଳିତ ଭାବରେସ୍ବର୍ଗତ ସତ୍ୟବାଦୀ ଙ୍କର ଅମର ଆତ୍ମାର ଶାନ୍ତି ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ। ପରେ ପରେ ସମସ୍ତ ସଦସ୍ୟ ସତ୍ୟବାଦୀ ଙ୍କ ଅକାଳ ମୃତ୍ୟୁ ପାଇଁ ପ୍ରଶାସନ କୁ ଦାୟୀ କରିବା ସହିତ ଢେଙ୍କାନାଳ ରେ ପ୍ରଶାସନ ର ଅପାରଗତା ବିଷୟରେ ବିଷେଦ୍ ଗାର କରିଥିଲେ।

ସମସ୍ତ ବୁଦ୍ଧିଜିବୀ ମାନେ ଢ଼େଙ୍କାନାଳ କୁ ଏବଂ ସରସ ସୁନ୍ଦର ଜିଲ୍ଲା ଭାବେ ଗଢ଼ିବା ପାଇଁ ଉଦ୍ୟମ କରିବା ସହିତ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ଅବ୍ୟବସ୍ଥା କୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ବିରୋଧ କରିବା ପାଇଁ ଢେଙ୍କାନାଳ ବୁଦ୍ଧିଜିବୀ ମଞ୍ଚ ନାମକ ଏକ ସଂଗଠନ ଗଢିଥିଲେ। ଉକ୍ତ ବୁଦ୍ଧିଜିବୀ ମଞ୍ଚ ପାଇଁ ସଭାପତି ଭାବେ ବରିଷ୍ଠ ସଦସ୍ୟ ରବି ନାରାୟଣ ମହାନ୍ତି, ସମ୍ପାଦକ ହିସାବରେ ଅଖିଳ ମହାପାତ୍ର ଓ ମିଡ଼ିଆ ପ୍ରଭାରୀ ହିସାବରେ ପ୍ରିୟବ୍ରତ ଗଡନାୟକଙ୍କୁ ମନୋନୀତ କରାଯାଇଅଛି।

Leave A Reply

Your email address will not be published.

fourteen − thirteen =