ଢେଙ୍କାନାଳ : ଗଁଦିଆ ଦିଆ ବ୍ଲକ ଷଡ଼ଙ୍ଗୀ ପଞ୍ଚାୟତର କାଳୀ ମନ୍ଦିର ଠାରେ ବରିଷ୍ଠ କାର୍ଯ୍ୟକର୍ତ୍ତା ପଦ୍ମ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଆପ୍ର ଜୋନ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଗଁଦିଆ ବ୍ଲକ ୪ନଂ ଜୋନ୍ ର ଷଡ଼ଙ୍ଗୀ, ମନ୍ଦାର, ଖଣ୍ଡବନ୍ଧ, କାଶିପୁର, ପିଙ୍ଗୁଆ ଓ ମଠତେନ୍ତୁଳିଆ ପଞ୍ଚାୟତର ସକ୍ରିୟ କାର୍ଯ୍ୟକର୍ତ୍ତାମାନେ ଭାଗ ନେଇ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ନିମନ୍ତେ ଯୋଜନା ପ୍ରସ୍ତୁତି କରାଯାଇଥିଲା ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା ଯୋଗ ଦେଇ ଆମ୍ ଆଦମୀ ପାର୍ଟିର ଲୋକାଭିମୁଖୀ ଯୋଜନା ସମ୍ପର୍କରେ କର୍ମୀମାନଙ୍କୁ ଅବଗତ କରାଇବା ସହିତ ଦିଲ୍ଲୀବାସୀଙ୍କ ନିକଟରେ ଉତ୍ତମ ଶିକ୍ଷା, ବିଶ୍ୱସ୍ତରୀୟ ସ୍ବାସ୍ଥ୍ୟ ସେବା, ଦୁଇ ଶହ ବିଜୁଳି ଫ୍ରି, ସମସ୍ତଙ୍କ ଘରକୁ ପାଇପ ଯୋଗେ ଫ୍ରି ପାନୀୟ ଜଳ ଯୋଗାଣ, କୃଷିର ଉନ୍ନତି, ଯୁବକ ପିଢିଙ୍କୁ ରୋଜଗାର ତଥା ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ଶାସନ ବ୍ୟବସ୍ଥା ଯୋଗାଇ ଦିଆଯାଇଛି, ଓଡ଼ିଶାରେ ମଧ୍ୟ ତାହା ସମ୍ଭବ ବୋଲି ଉଦ୍ବୋଧନ ଦେଇଥିଲେ।
ପିଙ୍ଗୁଆ ପଞ୍ଚାୟତର ସଭାପତି କାହ୍ନୁଚରଣ ପାତ୍ର, ଷଡ଼ଙ୍ଗୀର ରାଜକିଶୋର ଓଝା, ଶ୍ରୀକାନ୍ତ ମହାରଣା, କାଶିପୁରର ଭରତ ମଲ୍ଲିକ, ଖଣ୍ଡବନ୍ଧର ଅକ୍ଷୟ କୁମାର ସାହୁ ଓ ମନ୍ଦାର ପଞ୍ଚାୟତର ଲକ୍ଷ୍ମୀଧର ସେଠୀ ପ୍ରମୁଖ ବୈଠକରେ ଯୋଗଦେଇ ନିଜ ନିଜ ପଂଚାୟତରେ ନୂତନ ସାଥି ମାନଙ୍କୁ ଦଳରେ ଯୋଡିବା ଏବଂ ଦଳର ଆଭିମୁଖ୍ୟ ସାଧାରଣ ଲୋକମାନଙ୍କୁ ଜଣାଇବାପାଇଁ ନିଷ୍ପତ୍ତି ନେଇଥିଲେ । ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଭୁବନ ବ୍ଲକର ବରିଷ ସଦସ୍ୟ ମଧୁସୂଦନ ମଲ୍ଲିକ ଓ ଢେଙ୍କାନାଳ ମୁନିସପାଲିଟିର ଚିନ୍ମୟ ସେନାପତି ଉପସ୍ଥିତ ଥିଲେ।