“ନୂଆ ଦିଗ , ନୂଆ ସୁଯୋଗ “କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ବାରା କୌଶଳ ମହୋତ୍ସବ ଅନୁଷ୍ଠିତ ହେବ !

ଢେଙ୍କାନାଳ : କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ ଆସନ୍ତା ନଭେମ୍ବର ୬ ପୂର୍ବାହ୍ନ ୯ଟାରେ କୌଶଳ ମହୋତ୍ସବ ତଥା ରୋଜଗାର ମେଳା ଅନୁଷ୍ଠିତହେବ।

କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ର ଜାତୀୟ ଦକ୍ଷତା ବିକାଶ ନିଗମ ଦ୍ୱାରା ଏହାର ଆୟୋଜନ କରାଯାଉଛି। ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରର ଶିକ୍ଷିତ ଯୁବବର୍ଗକୁ ସୁଯୋଗ ଦିଆଯିବ। ମାଟ୍ରିକ୍‌ କିମ୍ବା ତା’ଠାରୁ ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ଯୁବତୀଯୁବକମାନେ ଏଥିରେ ଭାଗ ନେଇପାରିବେ ବୋଲି ସୂର୍ଯ୍ୟ ମଣ୍ଡପରେ ଆୟୋଜିତ ସାମ୍ବାଦିକ
ସମ୍ମିଳନୀରେ ସୂଚନା ଦିଆଯାଇଛି।

ଜାତୀୟ ଦକ୍ଷତା ବିକାଶ ନିଗମ କାର୍ଯ୍ୟନିର୍ବାହୀ ଉପସଭାପତି ଡ. ମନୀଷ ମିଶ୍ର, ଜେନେରାଲ ମ୍ୟାନେଜର ପି. ବୋଗଏନ୍‌ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବବର୍ଗଙ୍କ ଦକ୍ଷତା ବିକାଶ ଲାଗି କୌଶଳ ମହୋତ୍ସବ ନାମରେ ରୋଜଗାର ମେଳା ଆରମ୍ଭ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ସରକାରଙ୍କ ପ୍ରତିବଦ୍ଧତା କୁପୂରଣ କରିବା ଦିଗରେ ଏହା ଏକ ପଦକ୍ଷପ। ଏଥିରେ ୨୦ରୁ ଊର୍ଦ୍ଧ୍ବ ସେକ୍ଟର ୫୦ରୁ ଅଧିକ କମ୍ପାନୀ ଭାଗନେବେ। ସ୍କିଲ୍‌ ଇଣ୍ଡିଆ ମିଶନ ଅଧୀନରେ ଏହା ରାଜ୍ୟରେ ପର୍ଯ୍ଯାୟକ୍ରମେ ଅନୁଷ୍ଠିତ ହେବ।

ପ୍ରାର୍ଥୀମାନେ https://nsdcdigital.nsdcindia.orgରେ ପଞ୍ଜୀକରଣ କରିପାରିବେ। ପ୍ରାର୍ଥୀମାନେ ନିଃଶୁଳ୍କ ସାଇକୋମେଟ୍ରିକ ପରୀକ୍ଷା ଓ ଗ୍ରୁପ୍‌ କାଉନସେଲିଂ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ସଫଳ ଛାତ୍ରୀଛାତ୍ରମାନେ ମନ୍ତ୍ରୀ ଧର୍ମେନ୍ଦ୍ର ଙ୍କ ଠାରୁ ଅଫରପତ୍ର ଗ୍ରହଣ କରିବେ। କୌଶଳ ମହୋତ୍ସବ ମାଧ୍ୟମରେ ବିଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ।

ଏହା ଦେଶରେ କୁଶଳୀ ଶ୍ରମିକଙ୍କୁ ଅଭିବୃଦ୍ଧି ସୁଯୋଗ ପ୍ରଦାନ କରିବ। ବିଦ୍ୟାଳୟ ଓ କଲେଜର ପାଠ ପଢ଼ା ଅଧାରୁ ଛାଡିଥିବା ପିଲାଙ୍କ ନିଯୁକ୍ତି ଦକ୍ଷତାକୁ ସଶକ୍ତ କରିବ। ସ୍କିଲ୍‌ ଇଣ୍ଡିଆ ମିଶନ ଅଧୀନରେ ଅଦ୍ୟାବଧି ୫.୫ କୋଟିରୁ ଅଧିକ ଆଶାୟୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ବୋଲିସୂଚନା ଦିଆଯାଇଥିଲା। ରାଜ୍ୟ ସଂଯୋଜକ ଦେବୀ ପ୍ରସାଦ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

Leave A Reply

Your email address will not be published.

13 + six =