ଭୁବନ ସହର ସଂଗଠନ ତରଫରୁ ବାସୁଦେବ ବେହେରା ଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ : ୩୦ ତାରିଖ ସଂଧ୍ୟାରେ ସମଗ୍ର ଭୁବନବାସୀ ଦୀପ ଜାଳି ଶ୍ରଦ୍ଧାଞ୍ଜଳି ଦେବେ !

ଢ଼େଙ୍କାନାଳ : ଭୁବନ ସହର ସଂଗଠନ ସଭାପତି ତଥା କାପୁଡିଆ ସମାଜ ରାଜ୍ୟ ସଭାପତି ବାସୁଦେବ ବେହେରା ଓରଫ ବୁଲା ବେହେରା ଙ୍କ ଉଦ୍ଦେଶ୍ୟରେ ସହର ସଂଗଠନ ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।

ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସମେତ ନୂଆବଜାର ବଣିକ ସଂଘ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ,ଦୁର୍ଗା ବଜାର ସଭାପତି ଶ୍ରୀକାନ୍ତ ସାହୁ , ଶାନ୍ତି କମିଟି ବରିଷ୍ଠ ସଭ୍ୟ ଶ୍ରୀଧର ବେହେରା , ଅଜୟ ସେଠୀ , ଖଗେଶ୍ୱର ନାୟକ , ବିଦ୍ୟାଧର ବିହାରୀ , ସନ୍ତୋଷ ବିହାରୀ , ନିରଞ୍ଜନ ଗୁରୁ , ବିନୋଦ ମହାରଣା , ଶକ୍ତି ପ୍ରସାଦ ସାହୁ , ଗୁରୁ ପ୍ରସାଦ ମିଶ୍ର, ଦଶହରା ବଳଦ ଯାତ୍ରା କମିଟି ସଦସ୍ୟ , ଦୁର୍ଗା ପୂଜା କମଟି ସଦସ୍ୟ , ବିଭିନ୍ନ ଜାତି ସଭାପତି ,ସମ୍ପାଦକ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ସ୍ୱର୍ଗତ ବୁଲା ବେହେରା ଙ୍କ ଭୁବନ ପାଇଁ ଅବଦାନ ଓ କର୍ମମୟ ଜୀବନ ସଂପର୍କରେ ଆଲୋଚନା କରିଥିଲେ ।

ତାଙ୍କ ପରଲୋକ ସମଗ୍ର ଭୁବନ ପାଇଁ ଅପୂରଣୀୟ କ୍ଷତି ବୋଲି ସ୍ମୃତି ଚାରଣ କରି କହିଥିଲେ । ଆସନ୍ତା ୩୦ ତାରିଖ ରବିବାର ସ୍ୱର୍ଗତ ବୁଲା ବେହେରା ଙ୍କ ଦଶାହ ସଂଧ୍ୟାରେ ସମଗ୍ର ଭୁବନବାସୀ ନିଜ ଅଗଣାରେ ଦୀପ ଜାଳି ଶ୍ରଦ୍ଧାଞ୍ଜଳି ଦେବାକୁ ସ୍ଥିର ହୋଇଥିଲା । ସହରର ଏକ ପ୍ରମୁଖ ଛକରେ ସ୍ୱର୍ଗତ ବୁଲା ବେହେରା ଙ୍କ ପ୍ରତିମୂର୍ତି ସ୍ଥାପନ ,ଏକ ରାସ୍ତା ଓ କଲ୍ୟାଣ ମଣ୍ଡପ ତାଙ୍କ ନାମରେ ନାମକରଣ କରାଯିବାକୁୁ ପ୍ରସ୍ତାବ ଗୃହୀତ ହୋଇଥିଲା । ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave A Reply

Your email address will not be published.

one × 5 =