” ପୋଲିସ ଲେଖିଦେବା ଅର୍ଥ ନୁହଁ ହାକିମ ତାହା ମାନିବାକୁ “

ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ,
ବରିଷ୍ଠ ଆଇନଜୀବୀ,ଢେଙ୍କାନାଳଙ୍କ ସାମାଜିକ ଗଣମାଧ୍ୟମରୁ ଉଦ୍ଧୃତ…

୧୯୮୪ ଏପ୍ରିଲ ମାସର କଥା ଓକିଲାତିର ଛ ବର୍ଷ ହୋଇଥାଏ ସକାଳୁ ଟୁଲୁ ବାବୁ ଓକିଲ ଙ୍କ ସହ ଧର୍ମିଣୀ ମୋତେ ଘରକୁ ଆସି ତୁରନ୍ତ ଚାମ୍ବର ଯିବାକୁ କହିଲେ ଘରପାଖ ଓ ଟୁଲୁ ବାବୁ ଟ ଟ ବାବୁ ଦୁଇ ଓକିଲ ଭାଇ ସୁନାମଧନ୍ୟ ଓ ମୋର ସମ୍ପର୍କୀୟ ଲାଗିବେ ମୁଁ ଯାଇ ପହଂଚିଲି ଟୁଲୁ ବାବୁ ମୋତେ କହିଲେ ଟୁନା ଗୋଟେ ୩୦୭ ମୋକଦମାରେ ମୁନିସିପାଲିଟି ର ଜଣେ କାଉନସିଲର ଟାଉନ ଥାନା ଦ୍ୱାରା କୋର୍ଟ ଫୋରୱାର୍ଡ଼ ହେବ ତୁମେ ତାର ଯାମିନୀ କରିବ କାରଣ ମୋର ଦେହ ରାତିରେ ହଠାତ ଖରାପ ହୋଇଗଲା ମୁଁ କହିଲି ଯେହେତୁ ୩୦୭ ଦଫା କେଶ ତେଣୁକରି ଏସଡିଜେଏମ ରିଜେକ୍ଟ କରିବେ କାରଣ ତାଙ୍କର କ୍ଷମତା ନାହିଁ ଏହା ଶୁଣି ଟୁଲୁ ବାବୁ ରାଗିଗଲେ କହିଲେ ତୁମେ ଲେମ୍ବୁଲୁଣ ପାଠ ପଢିଛ କୋଇଠି ଆଇନରେ ଅଛି ଏସଡିଜେଏମ ୩୦୭ ରେ ଫରୱାର୍ଡ ହେଲେ ଯାମିନୀ ଦେଇପାରିବେନି ବୋଲି ପୋଲିସ ମିଛରେ ପଠେଇଲେ ମଧ୍ୟ ଜେଲ ଯିବ ତୁମେ କେସେଟି ପଢ଼ କାଉନସିଲର ନାମରେ ଏକଜିକ୍ୟୁଟିଭ ଅଫିସର ଏତେଲା ଦେଲେ ମୁଦାଲା ଗୋଟିଏ ପ୍ଲାଷ୍ଟିକ ଚୌକି ଉଠାଇ ଈଓ ଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଉଠାଇଲା ଓ ହାତ ଟେକି ଦେଇ ଧରି ପକାଇବାରୁ ଈଓ ବଞ୍ଚିଗଲେ ଏହା ଏକ ମନ ଗଢ଼ା ମିଛ କେଶ ମୋତେ ମଧ୍ୟ ଏହା ଶୁଣିବା ଓ ପଢିବା ପରେ ସେଭଳି ଲାଗିଲା କିନ୍ତୁ ହାକିମ ଏକଥା ଶୁଣିବେ ଯାମିନୀ ଦେବେ ବିଶ୍ୱାସ ଲାଗୁ ନଥିଲା କାରଣ ଏହା କେବଳ ଦୌରା ଜଜ ଦେଇ ପାରିବେ ଟୁଲୁ ବାବୁଙ୍କ ସ୍ତ୍ରୀ ମୋତେ ଡାକି ଚାମ୍ବର ରେ ବସାଇ ଗୋଟିଏ ଟେପରେକଡର ଆଣି ଟୁଲୁବାବୁ ଙ୍କ ଅରଗୁମେଣ୍ଟ ଶୁଣାଇଲେ ଅତି ଚମତ୍କାର ଅରଗୁମେଣ୍ଟ ଶୁଣିଲି କିଛି ମାନେ ରହିଲା ସବୁ ନୁହେଁ ଇଁରାଜୀ ଶବ୍ଦ କିଛି କିଛି ବୁଝିଲି ତାପରେ ଘରକୁ ଆସିଲି ଆଗୁଆ ପ୍ରସ୍ତୁତ ହୋଇ ପୁଣି ଯାଇ ଅରଗୁମେଣ୍ଟ ଶୁଣିଲି ଓ ଟୁଲୁବାବୁଙ୍କ ପାଦ ଛୁଇଁଲି ମୋ ପାଈଁ ଗୋଟିଏ ସୁଯୋଗ ଭାବିନେଲି ଅଭିଯୁକ୍ତ ଲୋକ ଆସିଲେ କହିଲେ ସାର ହଠାତ ଅସୁସ୍ଥ ହେଲେ ଆମ ଭାଗ୍ୟ ଖରାପ ଆପଣ କରନ୍ତୁ ଯାହା ହେବ ଦୁଇଟା ବେଳେ କେଶ ପଡିବା ସମୟ କାଉନସିଲର ଟାଉନ ର ପ୍ରାୟ ଦୁଇଶହ ଲୋକ କୋର୍ଟ ରେ କଣ ହେବ ଦେଖିବାକୁ ମୁଦେଖିଲି ବରିଷ୍ଠ ଆଇନଜୀବି ତିନିଜଣ ଯାମିନୀ ବିରୋଧ ପାଈଁ ଗୁଡ଼ାଏ ବହି ଗଦେଇ ବସିଛନ୍ତି ଭାରି ଗହଳି ମୋତେ ଛାନିଆ ଲାଗିଲା ଟୁଲୁ ବାବୁ ନାହାନ୍ତି ଜାଣି ସରକାର ଖୁସ ମୁଁ ଅଭିଯୁକ୍ତ ଭାଇକୁ କହିଲି ଟ ସାଇକେଲରେ ମୋତେ ଟୁଲୁ ବାବୁଙ୍କ ପାଖକୁ ନେବାକୁ ଓ ତାଙ୍କୁ ବୁଝାଇ କୋର୍ଟ କୁ ଆଣିବାକୁ ସେତେବେଳେ ମୋବଇଲ ନଥିଲା ପ୍ରବଳ ଖରା ମୋତେ ଟୁଲୁବାବୁ ଦେଖି କହିଲେ ଧନ୍ୟବାଦ ବେଲ ହୋଇ ଯାଇଛି ନିଶ୍ଚୟ ମୁଁ ଯେତେବେଳେ ସେପାଖ ପ୍ରସ୍ତୁତି କହିଲି ସେ ରାଗିଗଲେ ଓ କହିଲେ ତୁମକୁ ସୁବର୍ଣ୍ଣ ସୁଯୋଗ ଦେଲି ତୁମେ ବୁଝି ପାରିଲନି ତାଙ୍କ ସ୍ତ୍ରୀ କହିଲେ ଟୁନା ତୁମ ଉପରେ ତୁମ ଭାଇଙ୍କ ବଡ଼ ବିଶ୍ୱାସ ତୁମେ ଯାଅ ଭାଇ ତୁମ କଣ୍ଠରେ କହୁଛନ୍ତି ଭାବିବ ଫେରୁଥିଲି ପୁଣି କୋର୍ଟ କୁ ଟୁଲୁବାବୁ କହିଲେ ମନେ ଅଛିନା ୩୦୭ ଓ ୩୦୨ ଆଇପିସି ତଫାତ କଣ ଏଇ ବହିଟି ନିଅ ହାକିମଙ୍କୁ ଦଫା ପଢ଼ାଇଦେବ ମୁଁ ଛାତି ଧଡ଼ପଡ଼ କରି ଆସୁଛି ଅଭିଯୁକ୍ତ ଭାଇ କହିଲା ଆଜ୍ଞା ଅରଗୁମେଣ୍ଟ ଆରମ୍ଭ ହେଲାଣି ଆମେ ଦୁହେଁ ଗାଡି ମଟର ନଥିବାରୁ ସାଇକେଲରେ ଗଲୁ ଯଦିଓ ଅଳ୍ପବାଟ ଉଠାଣି ପଡିଲା ମୁଁ ଚାଲି ଚାଲି ଜୋରରେ ଯାଇ କୋର୍ଟ ପାଖରେ ପହଂଚିଲି ମୋତେ ସମସ୍ତେ ବାଟ ଛାଡିଦେଲେ ମୁଗୋଟେ ଚୌକି ରେ ବସି ବାକି ଅରଗୁମେଣ୍ଟ ଶୁଣିଲି ବହିର ନଜିର ସବୁ ଜାଣିଲି ମୋର ପ୍ରବଳ ଖରାରେ ଧଇଁସଇଁ ହୋଇ ଆସିଥିବାରୁ ଭାରି ଶୋଷ ଝାଳ ଗମ ଗମ ପାଣି ମାଗିଲି ପାଣି ପିଇଲା ବେଳେ ଓକିଲ ଜଣେ ହସିଲେ ହାକିମ କହିଲେ ମୋତେ ମୋର ଅରଗୁମେଣ୍ଟ କରିବାକୁ ମୁଁ ପ୍ରଥମେ କହିଲି ସରକାର ପକ୍ଷ ବହୁତ ଓକିଲ ଲଗାଇ ବହୁତ କହିଲେଣି ମୋ ସିନିଅର ଅସୁସ୍ଥ ମୁଁ ତାଙ୍କ ନିର୍ଦେଶ ରେ କହୁଛି କଣ କହିଲି କେତେ ସମୟ କହିଲି ମୁଁ ଜାଣିନି ହାକିମ ଚାମ୍ବର କୁ ଯାଇ ପ୍ରାୟ ୪୫ ମିନିଟ ପରେ ଜାମିନ ଦେଲେ କାରଣ ଏହା ୩୦୭ କେଶ ନୁହେଁ ପୋଲିସ ଲେଖିଦେବା ଅର୍ଥ ନୁହଁ ହାକିମ ତାହା ମାନିବାକୁ ବାଧ୍ୟ ମୁଁ ଏତେ ଖୁସିଯେ ଦଉଡି ଦଉଡି ଆସି ଟୁଲୁ ବାବୁଙ୍କ ଓ ତାଙ୍କ ସ୍ତ୍ରୀ ଙ୍କ ପାଦ ଛୁଇଁଲି ଏହା ମୋ ଓକିଲାତି ଜୀବନର ଆଉ ଏକ ଅବିସ୍ମରଣୀୟ ଘଟଣା ।

ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ,
ବରିଷ୍ଠ ଆଇନଜୀବୀ,ଢେଙ୍କାନାଳ

Leave A Reply

Your email address will not be published.

six + 17 =