ଅସରାଏ ବର୍ଷା ରେ ଗାଁ ମଝିରେ କୃତ୍ରିମ ପୋଖରୀ !

ଢେଙ୍କାନାଳ : ପରଜଙ୍ଗ ବ୍ଲକ କଙ୍କିଳୀ ଗ୍ରାମ ପଞ୍ଚାୟତର ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ମଝିରେ ରାସ୍ତାରେ ବର୍ଷା ଦିନରେ ଯାତାୟାତ କରିବା ସମ୍ଭବ ହେଉନାହିଁ ।

ଏହି ରାସ୍ତାର ଅନେକ ଜାଗାରେ ଖାଲଢିପ ହୋଇଥିବାରୁ ବର୍ଷା ଦିନରେ ରାସ୍ତା ମଝିରେ ପାଣି ଭର୍ତ୍ତି ହୋଇ ବୋହୁ ସମୟରେ ଦୁର୍ଘଟଣା ଘଟିଥାଏ | କାମରେ ଆସୁନି ଅଭିଯୋଗ, କି କାମ କରୁ ନାହାନ୍ତି ସରପଞ୍ଚ | ଇଲେକ୍ସନ ଆସିଲେ ମାଳ ମାଳ ନେତା କାମ କରିଦେବୁ ବୋଲି ଗ୍ରାମରେ ଭାଷଣ ଦେଇଯାଆନ୍ତି | ପ୍ରତିଦିନ ଏହି ରାସ୍ତା ଦେଇ ଲୋକଙ୍କ ଯିବା ଆସିବା ଏବଂ ଛୋଟ ପିଲାମାନେ ସ୍କୁଲ କୁ ପାଣି କାଦୁଅରେ ପାରି ହୋଇ ଯାତାୟାତ କରୁଛନ୍ତି ।

ମାନ୍ୟବର ସରକାର କୋଟି କୋଟି ଟଙ୍କା ଗ୍ରାମ୍ୟ ଉନୟନ ନିମନ୍ତେ ଖର୍ଚ୍ଚ କରୁଥିବା ବେଳେ ଏହା ହେଉଛି ତାର ନଗ୍ନ ଚିତ୍ର । ପ୍ରତି ୫ ବର୍ଷରେ ସରପଞ୍ଚ ପରେ ସରପଞ୍ଚ ବଦଳୁଛି ହେଲେ ଗାଁ ର ବିକାଶ ସେତିକିରେ ରହିଯାଉଛି ।

Leave A Reply

Your email address will not be published.

3 − 1 =