ଢେଙ୍କାନାଳ : କାମାକ୍ଷାନଗର ଆଇନଜୀବୀ ସଂଘ ପୂର୍ବ ନିର୍ଧାରିତ ନିଷ୍ପତ୍ତିଅନୁଯାୟୀ ସହରରେ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଇଥିବାବେଳେ ଦଳମତ ନିର୍ବିଶେଷରେ ଏହାକୁ ସବୁ ମହଲରୁ ମିଳିଛି ବିପୁଳ ସମର୍ଥନ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଅଖଚକ ଜାମ୍ ହୋଇଯାଇଥିବାବେଳେ ପ୍ରଭାବିତ ହୋଇଥିଲା ଜୀବନଯାତ୍ରା।
ସୂଚନାଯୋଗ୍ୟ, ଗତ ମାସ ୨୮ ତାରିଖରେ ବରିଷ୍ଠ ଆଇନଜୀବୀ ଶଶଧର ମହାନ୍ତି ଏବଂ ଭୁବନ ଓକିଲ ସଂଘର ସଦସ୍ୟମାନେ ବାଲିଗୋରଡ଼ସ୍ଥିତ ଏକ ହୋଟେଲରେ ଖାଉଥିବା ବେଳେ ୬ରୁ ଊର୍ଦ୍ଧ୍ବ ଅସାମାଜିକ ଯୁବକଙ୍କ ସହିତ ବଚସା ହୋଇଥିଲା। ଅଭିଯୁକ୍ତ ଯୁବକମାନଙ୍କ ଆକ୍ରମଣରେ ଶଶଧର ଏବଂ ଅନ୍ୟ ୨ଜଣ ଗୁରୁତର ହୋଇଥିଲେ। ସଙ୍କଟାପନ୍ନ ଅବସ୍ଥାରେ ଶଶଧର କଟକର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।
ଏ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ମାତ୍ର ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।
ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ତତ୍ପରତା ପ୍ରକାଶ ପାଉନାହିଁ। ଏହାର ପ୍ରତିବାଦରେ ଓକିଲ ସଂଘ ପକ୍ଷରୁ୧୨ ଘଣ୍ଟିଆ କାମାକ୍ଷାନଗର ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ସମର୍ଥନ ଜଣାଇ ବଣିକ ସଂଘ, ବଜାର କମିଟି, ବସ ଆସୋସିଏଶନ , ମଟର ଚାଳକ ସଂଘ, ସାମ୍ବାଦିକ ସଂଘ, ନାଗରିକ କମିଟିକୁ ଅନୁରୋଧ କରାଯାଇଥିବା ବେଳେ ସବୁସ୍ତରରେ ପୂର୍ଣ୍ଣ ସହଯୋଗ ମିଳିଥିଲା।
ସହରରେ ଦୋକାନବଜାର, ଶିକ୍ଷାନୁଷ୍ଠାନ , ବ୍ୟାଙ୍କ, ବିଭିନ୍ନ କାଯ୍ୟାଳୟ ର୍ ଏବଂ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ରାସ୍ତାଘାଟ ଜନଶନ୍ୟୂ ହୋଇପଡ଼ିଥିଲା।
ତେବେ ଜରୁରୀ ସେବା ସ୍ୱାଭାବିକ ରହିଥିଲା। ଓକିଲ ସଂଘ ସଭାପତି ଧର୍ମାନନ୍ଦ ମଲ୍ଲିକ, ସମ୍ପାଦକ ସୂର୍ଯ୍ୟକାନ୍ତ ବିଶ୍ୱାଳ, ବରିଷ୍ଠ ଆଇନଜୀବୀ ଶେଷରଞ୍ଜନ ଦାସ, ପବିତ୍ର ମୋହନ ବିଶ୍ୱାଳ, ସଞ୍ଜୟ ମିଶ୍ର, ଅଯୋଧ୍ୟା ପ୍ରସାଦ ଶତପଥୀ, ଦୋଳଗୋବିନ୍ଦ ବେହେରା, ବେହେରା, ସୂର୍ଯ୍ୟନାରାୟଣ ସାହୁ, ଦେବୀଦତ୍ତ ସାମଲ, ନିର୍ମଳ ସାମଲ, ରଞ୍ଜନ ରାଉତ, ବିମଳ ବିଶ୍ୱାଳ, ଶୁଭ୍ରାଂଶୁ ମହାନ୍ତି, ସରୋଜକାନ୍ତ ବେହେରା, ଦେବରାଜ ବେହେରା, ଅଶୋକ ଖୁଣ୍ଟିଆ, ପ୍ରେମାନନ୍ଦ ସାହୁ, ପ୍ରଦ୍ୟୁମ୍ନ ଦାଶ, ପ୍ରିୟବ୍ରତ ସମେତ ଶତାଧିକ ଆଇନଜୀବୀ ଉପସ୍ଥିତ ଥିଲେ ।