ଢ଼େଙ୍କାନାଳ : ଭୁବନ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ରାଙ୍କିଆ ଗ୍ରାମ ବିଲ ମଧ୍ୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି ।
ହାତୀଟିର ବୟସ ୨୦ ରୁ ୨୫ ବର୍ଷ ଭିତରେ ହେବ । ଚାଷ ଜମିରେ ବିଦ୍ୟୁତ ତାର ବିଛା ଯାଇଥିବା ଯୋଗୁ ଗଜଲକ୍ଷ୍ମୀ ପୂଜାରେ ଗଜରାଜ ଙ୍କ ମୃତ୍ୟୁ ହେଲା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେବା ସହ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଡିଏଫଓ ପ୍ରକାଶ ଚାନ୍ଦ ଗୁଗୁନେନି , ଫରେଷ୍ଟ ରେଞ୍ଜର ଅନିତା ସେଠୀ , ଫରେଷ୍ଟର କବିତା ବିଶ୍ୱାଳ ,ଜିରାଳ ଫରେଷ୍ଟର ତରଣୀସେନ ପଟ୍ଟନାୟକ , ଫରେଷ୍ଟ ଗାର୍ଡ ବେଣୁଧର ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଶବ ବ୍ୟବଚ୍ଛେଦ କରାଯିବା ପରେ ହାତୀ ଟିକୁ ଗାତ ଖୋଳି ପୋତିଦିଆଯାଇଥିଲା ।