ଢ଼େଙ୍କାନାଳ: ରେଙ୍ଗାଳି ମୁଖ୍ୟ କେନାଲର ଭୁବନ ବ୍ଲକ ଓଡିଶ ଠାରେ ଥିବା ଶାଖା କେନାଲ ପାର୍ଶ୍ଵରେ ହୋଇଥିବ ରାସ୍ତା ଶୋଚନୀୟ ହୋଇପଡ଼ିଛି I
ଶାଖା କେନାଲ ଓଡିଶ- ବାଲିଝାଟି ଦେଇ ମଣିପୁର ପର୍ଯ୍ୟନ୍ତ ଲମ୍ବିଛି I କେନାଲର ଉଭୟର ପାର୍ଶ୍ୱରେ ସହ ସହ ଏକର ଚାଷ ଜମି ରହିଛି I କେନାଲର ଲକ୍ଷ୍ୟଣା ବେକ୍ଷଣ ପାଇଁ ଜଳ ସେଚନ ବିଭଗ ଏକ ପାର୍ଶ୍ୱରେ ପିଚୁ ରାସ୍ତା ନିର୍ମାଣ କରିଛି I ଗୋଡା ଛକ ଠାରୁ – ଯାଜପୁର ଜିଲ୍ଲାକୁ ସଂଯୋଗ କରୁଥିବା ଗ୍ରାମ୍ଯଉନ୍ନୟନ ରାସ୍ତା ଓଡିଶ ଠାରେ ଖରାପ ଥିବାରୁ ଆଖ ପାଖ ଅଞ୍ଚଳର ଲୋକମାନେ ଦୈନଦିନ ଏହି ରାସ୍ତାକୁ ବ୍ୟବହାର କରୁଛନ୍ତି I
କେନାଲ ରାସ୍ତାରେ ଭାରିଯାନ ଚଳାଚଳ ନିଷିଦ୍ଧ ଥିବାବେଳେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଭାରିଯାନ ଚଳାଚଳ କରି ରାସ୍ତା ଖରାପ ହେଉଥିବା ଜଣାପଡ଼ିଛି I ସ୍ଥାନେ ସ୍ଥାନେ ପିଚୁ ଉଠିଯାଇ ଥିବାରୁ ଦୁଇ ଚକିଆ ଯାନ ରେ ଯାତାୟତ ପାଇଁ ମଧ୍ଯ କଷ୍ଟକର ହୋଇପଡୁଛି I ଖୁବ୍ ଶୀଘ୍ର ଜଳ ସେଚନ ବିଭଗ ପକ୍ଷରୁ ରାସ୍ତା ମରାମତି କରିବା ସହ ଭାରିଯାନ ଚଳାଚଳ କୁ ବାରଣ ପାଇଁ ସାଧାରଣ ରେ ଦାବୀ ହେଉଛି I