ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ପକ୍ଷରୁ ବଜିଚୌକ ସ୍ଥିତ ବାପୁଜୀ ପ୍ରାଥମିକ ବିଦ୍ୟାଳୟ ଠାରେ ଉତ୍କଳ ଦିବସ ପାଳନ !

ଢ଼େଙ୍କାନାଳ : ଉତ୍କଳ ଦିବସ ଅବସରରେ ବାପୁଜୀ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ଥିବା ମଧୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ମୁଖ୍ୟଅତିଥି ଡ଼ା. ହରେକୃଷ୍ଣ କରଙ୍କ ଦ୍ଵାରା ମାଲ୍ୟାର୍ପଣ ପର୍ବ ପରେ କୁନି କୁନି ପିଲମାନଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ସହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ଏବଂ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଉତ୍କଳ ପରମ୍ପରା, ଏହାର ପ୍ରତିଷ୍ଠା ଓ ମଧୁବାବୁ ଙ୍କ ସ୍ଵତନ୍ତ୍ର ଉତ୍କଳ ରାଜ୍ୟ ଗଠନ ପାଇଁ ପ୍ରଚେଷ୍ଟା କୁ ବିସ୍ତୃତ ଭାବେ ପରିଭାସିତ କରା ଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ଆଇନଜୀବୀ ଦୀପକ ପ୍ରସାଦ ପଟ୍ଟନାଏକ, ସଦର ବ୍ଲକ ସଭାପତି ଅର୍ଜୁନ ସାହୁ, ନଗର ସଭାପତି ଅମରେନ୍ଦ୍ର ସାହୁ ଙ୍କ ସମେତ କୈଳାସ ଚନ୍ଦ୍ର ନାଏକ, ପର୍ଶୁରାମ ମହାଭୋଇ, ଆଇନଜୀବୀ ଅମ୍ବିକା ପ୍ରସାଦ ମିଶ୍ର, ଦୟାନିଧି ବେହେରା, ଚକ୍ରଧର ତରାଇ, ରଞ୍ଜିତ ପାଣିଗ୍ରାହୀ, ପ୍ରଫେସର୍ ବିଶ୍ଵନାଥ ମହାପାତ୍ର, ମନ୍ମଥ ରାଓ, ଗୋକୁଳାନନ୍ଦ ମାଝୀ, ମୂରଲୀଧର ପଟ୍ଟନାୟକ, ସଞ୍ଜୀବ ପ୍ରଧାନ, ସୁଧାକର ଖିଲାର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର ସିଂ, ପ୍ରଧାନ ଶିକ୍ଷୟତ୍ରୀ ଅନୁକମ୍ପା ମିଶ୍ର, ବିଦ୍ୟାଳୟର ଅନ୍ୟ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ସଂଯୁକ୍ତା ମିଶ୍ର, କଲ୍ୟାଣୀ ସାହୁ, ସନ୍ଧ୍ୟାରାନି ମିଶ୍ର ଓ ପ୍ରଣତୀ ପତି ଆଦି ଉପସ୍ଥିତ ଥିଲେ ।

ଫୋରମ୍ ର ସମ୍ପାଦକ ଭାରତ କୁମାର ଦାସ,ଯୁଗ୍ମ ସମ୍ପାଦକ ତଥା ବିଦ୍ୟାଳୟର ଆଲୁମିନି ସଭାପତି ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ରଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିବାବେଳେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ପ୍ରତିମା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

thirteen − 12 =