ଆମେ ଓଡ଼ିଆ ଓ ଆମ ଭାଷା ଓଡ଼ିଆ : ପବିତ୍ର ଉତ୍କଳ ଦିବସ ଅବସରରେ ଢେଙ୍କାନାଳ ଥିଙ୍କର୍ସ ଫୋରମ ପକ୍ଷରୁ ପାଳିତ !

ଢ଼େଙ୍କାନାଳ : ଆମେ ଓଡ଼ିଆ ଓ ଆମ ଭାଷା ଓଡ଼ିଆ। ତେଣୁ, ଅପ୍ରେଲ ୦୧ ତାରିଖ ଢେଙ୍କାନାଳ ଥିଙ୍କର୍ସ ଫୋରମ ପକ୍ଷରୁ ପବିତ୍ର ଉତ୍କଳ ଦିବସ ଅବସରରେ ଓଡ଼ିଆ ଭାଷା ଅସ୍ମିତାର ସୁରକ୍ଷା ତଥା ଭାଷା ଭିତ୍ତିରେ ଆମ ଢେଙ୍କାନାଳ ସହରକୁ ସମଗ୍ର ରାଜ୍ୟରେ ପ୍ରଥମ କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରିଛନ୍ତି।

ଏହାର ଶୁଭାରମ୍ଭ କରି ସକାଳ ୭ ଘଟିକାରେ ଭାଷା ଭିତ୍ତିକ ରାଜ୍ୟ ଗଠନର ଅଗ୍ରଗଣ୍ୟ ମନିଷି ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାଞ୍ଜଳି ଅର୍ପଣ ସହିତ ଏକ ବିଶେଷ ପ୍ରଶଂସା ପତ୍ର ଫୋରମର ଉପଦେଷ୍ଟା ଟଙ୍କଧର ବେହେରା ଓ ଆଇନଜୀବି ସୁଶାନ୍ତ କୁମାର ପାଣିଗ୍ରାହୀ ଙ୍କ ଦ୍ଵାରା ଉନ୍ମୋଚନ କରାଗଲା। ଯେଉଁ ବ୍ୟବସାୟୀ ନିଜର ପ୍ରତିଷ୍ଠାନର ନାମ ଓଡ଼ିଆ ଭାଷାରେ ଲେଖିଛନ୍ତି ତାହାଙ୍କୁ ଏହି ପ୍ରଶଂସା ପତ୍ରକୁ ଦିଆଯିବାର ବ୍ୟବସ୍ଥା କରାଯାଇଛି।

ଏହି କାର୍ଯ୍ୟକ୍ରମ ରେ ସଭାପତି ସୋମେନ୍ଦୁ ଶତପଥୀ, ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ, କୋଷାଧ୍ୟକ୍ଷ ବୈକୁଣ୍ଠ ନାଥ ଦ୍ବିବେଦୀ, ସଦସ୍ୟ ସାହିତ୍ୟିକ ଶ୍ରୀ ସୁଶୀଲ କୁମାର ନନ୍ଦ, ସଦସ୍ୟ ବିନୋଦ ବିହାରୀ ମଲ୍ଲିକ, ବିଶ୍ୱଜିତ ବରାଳ ପ୍ରମୁଖ ଯୋଗଦାନ କରିଥିଲେ।

ତେବେ ସମଗ୍ର ଓଡ଼ିଶାରେ ଏପରି କାର୍ଯ୍ୟକ୍ରମ ଢେଙ୍କାନାଳ ଥିଙ୍କର୍ସ ଫୋରମ ପ୍ରଥମ କରି ଆରମ୍ଭ କରିଥିବାର ଜଣାଯାଏ। ଏହି କାର୍ଯ୍ୟକ୍ରମକୁ ବହୁ ଲୋକ ଓ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.

16 + three =