ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ପଶୁ ଚିକିତ୍ସା ସହାୟକ କେନ୍ଦ୍ର ଅବ୍ୟବସ୍ଥା ଘେରରେ ରହିଛି I ଦିର୍ଘ ବର୍ଷ ହେବ ବିନା ପ୍ରାଣୀ ନିରୀକ୍ଷକ ନଥିବାରୁ ଚତୁଃପାର୍ଶ୍ଵ ଘଞ୍ଚ ଜଙ୍ଗଲ ରେ ଭର୍ତି ହୋଇଯାଇଥିଲା I
ପାଖା ପାଖି ବର୍ଷେ ହେବ ଯୁବ ପ୍ରାଣୀ ନିରୀକ୍ଷକ ଯୋଗଦେଇଛନ୍ତି I ମାର୍ଥାପୁର ପ୍ରାଣୀ ସହାୟକ କେନ୍ଦ୍ର ଅଧୀନରେ ପାଞ୍ଚୋଟି ଗ୍ରାମର ଚାରି ହାଜର ରୁ ଉର୍ଦ୍ଧ ଗୃହପାଳିତ ପଶୁ ପକ୍ଷୀ ନିର୍ଭର କରିଥାନ୍ତି । ଯୁବ ନିରୀକ୍ଷକ ଯୋଗଦେବା ପରେ କେନ୍ଦ୍ର ପରିସରର ପରିଷ୍କାର ପରିଚ୍ଛନ୍ନ କରିବା ସହ ଗୃହ ପାଳିତ ପଶୁ ପକ୍ଷୀ ମାନଙ୍କ ବିଭିନ୍ନ ପ୍ରକାରର ରୋଗର ନିରାକରଣ ପାଇଁ ଠିକ୍ ସମୟରେ ଟୀକାକରଣ ସ୍ୱାସ୍ଥ୍ୟ ବସ୍ତା ତଦାରଖ ହୋଇପାରୁଛି I ଦିର୍ଘ ବର୍ଷ ହେବ କୌଣସି ମରାମତି ଅଭାବରୁ ଏବେ କାର୍ଯ୍ୟାଳୟ ଟି ଭଗ୍ନ ଅବସ୍ତାରେ ରହିଚି I ବିପଦ ସଙ୍କୁଳ ଅବସ୍ତାରେ ଅଫିସ୍ ଗୃହ ରହିଥିବାରୁ ନିଜ ବାସଗୃହରେ ଅଫିସ କାର୍ଯ୍ୟ ଚାଲିଛି I ପଛ ପଟ ଫାଳେ ପାଚେରୀ ନିର୍ମାଣ ହୋଇ ନଥିବା ସହ ଶୌଚାଳୟ ହୋଇନାହିଁ I ଶୌଚାଳୟ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଜରୁରୀକାଳୀନ ସମୟରେ ବାହାରକୁ ଯିବାକୁ ପଡୁଛି କୁହନ୍ତି ଯୁବ ନିରୀକ୍ଷକ ଗଜାନନ ଦେହୁରୀ I କେନ୍ଦ୍ରର ମରାମତି ଭେଟେନାରୀ ବିଭାଗ ରେ ନାହିଁ ପଞ୍ଚାୟତ ଅଧୀନରେ ରହିଛି କୁହନ୍ତି ଉପରିସ୍ଥ ଅଧିକାରୀ I