ଭୁବନ ଥାନା ତରଫରୁ ସହର ରେ ପୁଲିସ ର ଫ୍ଲାଗ ମାର୍ଚ୍ଚ !

ଢ଼େଙ୍କାନାଳ : ଭୁବନ ର ଐତିହାସିକ ବଳଦ ଯାତ୍ରା ତଥା ଦଶହରା ପର୍ବ ଧୁମଧାମ ର ସହକାରେ ପାଳନ ହେବାକୁ ଯାଉଛି । ଏଗାରଟି ମଣ୍ଡପରେ ମା ଦୁର୍ଗା ଓ ଦୁଇଟି ମଣ୍ଡପ ରେ ହରପାର୍ବତୀ ମୂର୍ତ୍ତି ପୂଜନ ଆରମ୍ଭ ହୋଇଛି । ଗତ ଦୁଇ ବର୍ଷ କରୋନା ମହାମାରୀ ହେତୁ ଏହି ପୂଜା ବନ୍ଦ ରହିଥିଲା । ଦୁଇ ବର୍ଷ ପରେ ପୂନର୍ବାର ଏହି ପ୍ରସିଦ୍ଧ ପୂଜା ନିମନ୍ତେ ଆଖ ପାଖ ଅଞ୍ଚଳର ଲକ୍ଷାଧିକ ଲୋକଙ୍କ ଭିଡ ହେବାର ସମ୍ଭାବନା ରହିଛି । ବଜାର ଏବଂ ମଣ୍ଡପ ଗୁଡିକ ରେ ଭିଡ ପରିଲିଖିତ ହେଉଥିବା ଦେଖିବାକୁ ମିଳିଛି ।

ଏହି ପରିପେକ୍ଷ ରେ ଭୁବନ ର ଆଇନ ଶୃଙ୍ଖଳା ବଜାୟ ରଖିବା ପୋଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ତେବେ ଭୁବନ ର ଏହି ପ୍ରସିଦ୍ଧ ଦଶହରା ପର୍ବ କୁ ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ ନିମନ୍ତେ କାମାକ୍ଷାନଗର ଅତିରିକ୍ତ ଆରକ୍ଷୀ ଅଧିକାରୀ ରଞ୍ଜନ କୁମାର ଦେଙ୍କ ନେତୃତ୍ବ ରେ ଭୁବନ ଥାନା ଅଧିକାରୀ ସୌଭାଗ୍ଯ ସ୍ୱାଇଁଙ୍କ ଉପ ସ୍ଥିତିରେ ଭୁବନ ସହରରେ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି I ଏଥିରେ ଏଥିରେ ୮୦ ରୁ ଉର୍ଦ୍ଧ୍ବ ପୋଲିସ ଅଫିସର, କର୍ମଚାରୀ, ଗୃହରକ୍ଷୀ ଯୋଗ ଦେଇଥିଲେ l ସମସ୍ତ ପୋଲିସ କର୍ମଚାରୀ ଙ୍କୁ ଏସ ଡି ପି ଓ ଓ ଥାନା ଅଧିକାରୀ ନିଜ ନିଜର କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ I

Leave A Reply

Your email address will not be published.

11 + 20 =