ଜନସଂପର୍କ ପଦଯାତ୍ରା ରେ ହଟହଟା ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ !

ଢ଼େଙ୍କାନାଳ: ଅକ୍ଟୋବର ୨ ତାରିଖ ଠାରୁ ସାରା ରାଜ୍ୟରେ ବିଜେଡି ନେତାମାନେ ଜନ ସଂପର୍କ ପଦଯାତ୍ରା କରୁଥିବା ବେଳେ ହିନ୍ଦୋଳ ରେ ମଧ୍ୟ ବିଧାୟିକା ସୀମାରାଣୀ ନାୟକ ଙ୍କ ଦ୍ଵାରା ଜନ ସଂପର୍କ ପଦଯାତ୍ରା କରାଯାଇଥିଲା।

ସୂଚନା ଅନୁଯାୟୀ ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ରେ ପ୍ରଥମ ଦିନ ଆରମ୍ଭ ହୋଇଥିବା ଜନ ସଂପର୍କ ପଦଯାତ୍ରା ସମୟରେ ବିଧାୟିକା ସୀମାରାଣୀ ନାୟକ ଗାଡ଼ିରେ ଯାଉଥିବା ବେଳେ ହିନ୍ଦୋଳ ଏନ୍ଏସି ର ୯ ନମ୍ବର ୱାର୍ଡ୍ ବାସୀ ବହୁ ଦିନର ପାନୀୟ ଜଳ ସମସ୍ୟା ପାଇଁ ଗରା ବାଲଟି ଧରି ରାସ୍ତା ରୋକ୍ କରି ହିନ୍ଦୋଳ ର ବିଧାୟିକା ସୀମାରଣୀ ନାୟକ ଙ୍କୁ ଅଟକାଇଥିଲେ।

ପାନୀୟ ଜଳ ସମସ୍ୟା ନେଇ ବିଧାୟିକାଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଧାୟିକା କେବଳ ପ୍ରତିଶୃତି ଉପରେ ପ୍ରତିଶୃତି ଦେଉଛନ୍ତି କିନ୍ତୁ ବାସ୍ତବରେ ଦେଇଥିବା ପ୍ରତିଶୃତି ପୂରଣ କରି ନାହାଁନ୍ତି ବୋଲି ୯ ନମ୍ବର ୱାର୍ଡ୍ ବାସୀ ବିଧାୟିକା ଙ୍କୁ କହିଥିଲେ । ଆମେ କେମିତିକା ଗୋଳିଆ ପାଣି ପିଉଛୁ ଆପଣ ଥରେ ପିଅନ୍ତୁ ତାହା ପରେ ଆପଣ ପାଣି ସମସ୍ୟା ସଂପର୍କରେ ଜାଣିପାରିବେ ବୋଲି କହିଥିଲେ ୯ ନମ୍ବର ୱାର୍ଡ୍ ପୁରୁଷୋତ୍ତମପୁର ର ମାଟିଆ ସାହି ବାସିନ୍ଦା । କେବଳ ଆପଣଙ୍କୁ ନିର୍ବାଚନ ସମୟରେ ଦେଖିବାକୁ ମିଳେ ଆଉ କେବେ ଦେଖିବାକୁ ମିଳେ ନାହିଁ ବୋଲି ଏନ୍ଏସି ବାସିନ୍ଦା ପ୍ରଶ୍ନ କରିବା ସହିତ ନିଜର ଅସନ୍ତୋଷ ଜାହିର କରିଥିଲେ।

ବିଧାୟିକା ଏମିତି ହଟହଟା ହେବା ପରେ ଶେଷରେ ପ୍ରତିଶୃତି ଦେଲେ କି ଦଶହରା ସରୁ ସରୁ ଆପଣଙ୍କ ପାନୀୟ ଜଳ ସୁବିଧା କରାଯିବ। ବିଧାୟିକା ଙ୍କ ଏଭଳି ପ୍ରତିଶ୍ରୁତି ପାଇବା ପରେ ବିଧାୟିକା ଙ୍କୁ ଛାଡିଥିଲେ ହିନ୍ଦୋଳ ଏନ୍ଏସି ବାସୀ । ତେବେ ଦେଖିବାକୁ ବାକି ରହିଲା ବିଧାୟିକା ତାଙ୍କର ପ୍ରତିଶ୍ରୁତି ରକ୍ଷା କରୁଛନ୍ତି ନାଁ ପୂର୍ବ ଭଳି ପ୍ରତାରିତ କରୁଛନ୍ତି।

Leave A Reply

Your email address will not be published.

1 × five =