ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ !

ଢେଙ୍କାନାଳ : ଭୁବନ ବସଷ୍ଟାଣ୍ଡ୍‌ , ମହୁଲପାଳ , ମଠକରଗୋଳାର ବିଭିନ୍ନ ଢାବା, ରେଷ୍ଟୁରାଣ୍ଟ ଓ ଫାଷ୍ଟଫୁଡ୍‌ ଦୋକାନରେ ଜିଲ୍ଲା ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

କେତେକ ଖାଦ୍ୟବିକ୍ରି ପ୍ରତିଷ୍ଠାନରେ ଅନିୟମିତତା ନଜରକୁ ଆସିଥିଲା। ୩୫ କେଜିରୁ ଊର୍ଦ୍ଧ୍ବ ବାସି ଓ ନିମ୍ନମାନର ଖାଦ୍ୟ, ସସ୍‌ ହାନିକାରକ ରଙ୍ଗ ଏବଂ ମସଲା ନଷ୍ଟ କରାଯାଇଛି। ଖାଦ୍ୟ ନିରାପତ୍ତା ଅଧିକାରୀ ଲୋପାମୁଦ୍ରା ନାୟକଙ୍କ ତତ୍ତ୍ୱାବଧାନରେ ୧୫ଟି ହୋଟେଲ, ଢାବାରେ ଚଢ଼ାଉ କରାଯାଇଥିଲା। ହୋଟେଲ ଗୁଡ଼ିକର ରୋଷେଇ ଘର ଏବଂ ଏହାର ପରିସରକୁପରିଷ୍କାର ରଖିବା କୁତାଗିଦା କରାଯାଇଛି। ଲାଇସେନ୍ସ କରି ନ ଥିବା ବ୍ୟବସାୟୀଙ୍କୁ ତୁରନ୍ତ ଲାଇସେନ୍ସ କରିବାକୁ ପରାମର୍ଶ ଦିଅଯାଇଛି।

Leave A Reply

Your email address will not be published.

13 − two =