ଢେଙ୍କାନାଳ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ନରହନ୍ତା ହାତୀ !

ଢ଼େଙ୍କାନାଳ : ଟ୍ରାଙ୍କୁଲାଇଜ ହେବାର ୧୭ ଘଣ୍ଟା ପରେ ଜଗତପୁର ଛାଡ଼ିଲା ନରହନ୍ତା ହାତୀ । ଢେଙ୍କାନାଳ କପିଳାସରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ଆସିଛି ନରହନ୍ତା ହାତୀ । ଟ୍ରାଙ୍କୁଲାଇଜ ଏହି ହାତୀଟିକୁ ସକାଳୁ ଟ୍ରକରେ ଲଦି ଢେଙ୍କାନାଳ ଆଣିଥିଲା ବନବିଭାଗ ।

ଟ୍ରାଙ୍କୁଲାଇଜ ହେବା ପରେ ମଧ୍ୟ ହାତୀକୁ ସମୟ ସମୟରେ ସିମିତ ମାତ୍ରାରେ ନିଶ୍ଚେତକ ପ୍ରଦାନ କରାଯାଉଥିଲା । ଏହା ସହ ହାତୀଟିର ସ୍ବାସ୍ଥ୍ୟାବସ୍ଥା ଉପରେ ମଧ୍ୟ ତୀକ୍ଷ୍ମନଜର ରଖିଥିଲେ ବନ ବିଭାଗର ବିଶେଷଜ୍ଞ । ଶେଷରେ ସକାଳୁ ଏକ କ୍ରେନ ଯୋଗେ ସ୍ୱତନ୍ତ୍ର ଭାବେ ଏକ ଟ୍ରକରେ ହାତୀଟିକୁ ଲଦାଯାଇଥିଲା । ତେବେ ମାଈ ହାତୀଟିକୁ ଡିହାଇଡ୍ରେସନର ଶିକାର ହୋଇଥିବା ସୂଚନା ଦେଇଛନ୍ତି ଢେଙ୍କାନାଳ ଡିଏଫଓ ।

ହାତୀ ଉଦ୍ଧାର କେନ୍ଦ୍ରରେ ହାତୀଟିକୁ କାଠ ଖୁଆଡରେ ଜାଲି ଦେଇ ସ୍ୱତନ୍ତ୍ର ଭାବେ ରଖାଯିବ । ତା’ସହିତ ସ୍ୱତନ୍ତ୍ର ଡାକ୍ତରୀ ଦଳ ମାଧ୍ୟମରେ ତାକୁ ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ ।

Leave A Reply

Your email address will not be published.

two × 2 =