ଢେଙ୍କାନାଳ : ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମ ଠାରେ ସଦର ବ୍ଲକ୍ ଆନ୍ତଃ ବିଦ୍ୟାଳୟ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଉକ୍ତ ଟୁର୍ଣ୍ଣାମେଣ୍ଟରେ ବ୍ଲକ୍ର ୪ଟି ଜୋନ୍ରୁ ବାଳକ ଓ ବାଳିକା ବିଭାଗର ୬ଟି ଟିମ୍ ତଥା ୯୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଆନୁଷ୍ଠାନିକ ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରାଉତ ଉଦ୍ଘାଟନ କରି କ୍ରୀଡାବିତ୍ମାନଙ୍କୁ ଶୃଙ୍ଖଳାର ସହିତ ଖେଳି ଆଗକୁ ବଢିବା ପାଇଁ ଉପଦେଶ ଦେଇଥିଲେ ।
ଉଦ୍ଯାପନୀ ଉତ୍ସବରେ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟ୍ରଫି ଓ ମାନପତ୍ର କ୍ରୀଡାବିତ୍ମାନଙ୍କୁ ପ୍ରଦାନ କରିଥିଲେ । ବାଳକ ବିଭାଗରେ ବି.ବି. ହାଇସ୍କୁଲ୍ ଜୋନ୍ ଚମ୍ପିୟନ ହୋଇଥିବାବେଳେ କେ.ପି. ସରକାରୀ ଉଚ୍ଚ ବିଦ୍ୟାଳୟ ଜୋନ୍ ରନର୍ସ-ଅପ୍ ହୋଇଥିଲା । ବାଳିକା ବିଭାଗରେ କେ.ପି. ସରକାରୀ ଉଚ୍ଚ ବିଦ୍ୟାଳୟ ଗୋବିନ୍ଦପୁର ଜୋନ୍ ଚମ୍ପିୟନ୍ ହୋଇଥିବାବେଳେ ବି.ବି. ହାଇସ୍କୁଲ୍ ଜୋନ୍ ରନର୍ସ-ଅପ୍ ହୋଇଥିଲା ।
ଏହି ଖେଳକୁ ରେଫରୀ ଭାବେ ସୁଶିଲ୍ କୁମାର ପଣ୍ଡା, ମହେନ୍ଦ୍ର ସାହୁ, ସୁବ୍ରତ କୁମାର ମିଶ୍ର, ଉମେଶ ଦାସ, ସାରଙ୍ଗଧର ସାହୁ, ଜଗନ୍ନାଥ ସାହୁ ଓ ଅମୀୟ କୁମାର ଧଳ ପରିଚାଳନା କରିଥିଲେ । ଉକ୍ତ ଖେଳରେ ଅନିଲ ପ୍ରସାଦ ନନ୍ଦ ଚୟନକର୍ତ୍ତା ଭାବେ ଉପସ୍ଥିତରହି ଖେଳାଳୀ ଚୟନ କରିଥିଲେ । ଉକ୍ତ ଖେଳକୁ ଗୋଷ୍ଠୀ ଅତିରିକ୍ତ ଶିକ୍ଷା ଅଧିକାରୀ ଦେବବ୍ରତ ନାଥ, ଜିଲ୍ଲାର ସହସମ୍ପାଦକ ନରେଶ କୁମାର ମହାରଣା ସମ୍ପାଦନ କରିଥିବାବେଳେ ସେମାନଙ୍କୁ ଶାରୀରିକ ଶିକ୍ଷା ଶିକ୍ଷକ ରଞ୍ଜନ କୁମାର ଦେହୁରୀ, ହରପ୍ରୀୟା ଦାସ, ସୌଦାମିନୀ ଦଳେଇ, ସରିତା ବିଶ୍ୱାଳ, ଚାରୁଲତା ଦଳେଇ, ବିଜୟ କୁମାର ନନ୍ଦ ଓ ବିଦୁର ସାମଲ ସହଯୋଗ କରିଥିଲେ । ବ୍ଲକ୍ର ବିଦ୍ୟାଳୟ ସମୁହ ସଂପାଦକ ସୁଶିଲ କୁମାର ପଣ୍ଡା ଅତିଥିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।