ଢ଼େଙ୍କାନାଳ : ନିଷ୍ଠା ଆନୁଗତ୍ୟ ସାଙ୍ଗକୁ ଯୋଗ୍ୟତା ,ଦକ୍ଷତା ଓ ଅଭିଜ୍ଞତା ଯୋଗୁ ଜନଶନ ବର୍ଦ୍ଧନ ଙ୍କୁ ଭୁବନ ବ୍ଲକ ଯୁବ ବିଜେଡି ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଜନଶନ ନିଜର ସାଙ୍ଗଠନିକ ଦକ୍ଷତା ବଳରେ ସାରା ବ୍ଲକରେ ଯୁବଗୋଷ୍ଠୀଙ୍କୁ ଅଧିକ ସକ୍ରିୟ କରିପାରିବେ ବୋଲି ଦୃଢ ଆଶା ରହିଛି । ଜନଶନ ସର୍ବଦା ନିଜର ପିତା ଜନପ୍ରିୟ ସରପଂଚ ସ୍ୱର୍ଗତ ଜଗତ ମୋହନ ବର୍ଦ୍ଧନ ( ମଣିଆ ଭାଇ ) ଙ୍କ ନୀତି , ଆଦର୍ଶ ଓ ପଦାଙ୍କ ଅନୁସରଣ କରି ଆଗେଇ ଚାଲିଛନ୍ତି । ଜନସେବା ସାଙ୍ଗକୁ ଜନସଂପର୍କ ଏବଂ ଭୁବନ ବ୍ଲକରେ ଯୁବ ବିଜେଡି କୁ ଶକ୍ତିଶାଳୀ କରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିବା ସହ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ,ସାଂସଦ ମହେଶ ସାହୁ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।