ସ୍ଵାଧୀନ ଭାରତ ରେ ଶୁଭୁଛି : ମଣିମା ମୋ ଦୁଃଖ ଶୁଣିବା ହଉ !

ବାପା ଛେଉଣ୍ଡ ହେଇଗଲେ କୁନି କୁନି ଝିଅ ଚାରୋଟି …..

ଢେଙ୍କାନାଳ : କଙ୍କଡାହାଡ ବ୍ଲକ ଚାନ୍ଦପୁର ପଞ୍ଚାୟତ , ଚାନ୍ଦପୁର ଗାଁ ର ରୋହିତ ନାଏକ ଆରପାରିକୁ ଚାଲିଗଲା ପରେ ବେସାହାରା ହେଇଗଲେ ମମତା ନାଏକ ଚାରିଜଣ ସନ୍ତାନ ।

ପିଲାଙ୍କୁ ଆହାର ଯୋଗାଇବେ ମମତା ନାଏକ ପକ୍ଷେ କଷ୍ଟକର ବ୍ୟାପାର ହୋଇପଡିଛି । ସ୍ୱାମୀ ଥିଲେ ଦିନ ମଜୁରିଆ କାମ କରି ଘର ଚଳୁଥିଲା ଏବେ ସ୍ୱାମୀ  ରୋହିତ ନାଏକ ଅଜଣା ରୋଗରେ ପିଡୀତ ହୋଇ ଆରପାରିକୁ ଚାଲିଗଲା ପରେ ସ୍ତ୍ରୀ ଏବଂ କୁନି କୁନି ଚାରିଝିଅ ଙ୍କ ର ଭୋକ ଉପାସରେ ଦିନ କଟୁଛି ।

ଖବର ପାଇ ବିଏଚ ଆରସି ର ଜାତୀୟ କାର୍ଯ୍ୟ ରତ ସଭାପତି ତଥା ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳଙ୍କ ସହଯୋଗ ରେ ରାସନ ସାମଗ୍ରୀ ଭାରତୀୟ ମାନବାଧିକାର ପରିଷଦ ର ବ୍ଲକ ସଭାପତି ବିରଞ୍ଚି ସାହୁ ମମତା ନାଏକ ଙ୍କ ଘରକୁ ଯାଇ ଦେବା ସହିତ ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି ଏହି ଅସହାୟ ପରିବାର ଙ୍କୁ ସମସ୍ତ ସରକାରୀ ଯୋଜନା ପାଇବା ନିମନ୍ତେ ।

ପ୍ରଶାସନ ଓ ସରକାର ମମତା ନାଏକଙ୍କୁ ଯଥାଶୀଘ୍ର ବିଧବା ଭତ୍ତା ଓ ଜାତୀୟ ପରିବାର ମଙ୍ଗଳ ଯୋଜନା ଅନ୍ତୋଦୟ ଅର୍ଣ୍ଣପୂର୍ଣ୍ଣା ଯୋଜନା ସହିତ ପିଲା ମାନଙ୍କର ଭବିଷ୍ୟତ ପାଇଁ ଶିକ୍ଷା ବ୍ୟବସ୍ଥା ଗ୍ରୀନ୍ ପ୍ୟାସେଜ୍ ଯୋଜନା ରେ  ଅନ୍ତର୍ଭୁକ୍ତ କରି  ଅସହାୟ ମମତା ଙ୍କୁ ସମସ୍ତ ସରକାରୀ ଯୋଜନା ଯୋଗାଇ ଦିଅନ୍ତୁ ।

Leave A Reply

Your email address will not be published.

2 × four =