ଢ଼େଙ୍କାନାଳ: ଢେଙ୍କାନାଳ ଗସ୍ତରେ ରେଳ ଯୋଗେ ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଢେଙ୍କାନାଳର ରେଳ ସମସ୍ୟା ନେଇ ଢେଙ୍କାନାଳ ସଚେତନ ନାଗରିକ ଫୋରମ ର କାର୍ଯକାରୀ ସଭାପତି ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର ଙ୍କନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଦାବିପତ୍ର ଦିଆଯାଇଛି।
ଅନୁଗୁଳ ଠାରୁ କଟକ ଦିନବେଳା ମେମୁ ଟ୍ରେନ, ଭୁବନେଶ୍ୱର ରୁ ଇନ୍ଦୋର ଯାଉଥିବା ଟ୍ରେନର ଢେଙ୍କାନାଳରେ ରହଣି, ନୂଆଦିଲ୍ଲୀ ସାପ୍ତାହିକ ଏବଂ କଲିକତା ସାପ୍ତାହିକ କୁ ଦୁଇ ଦିନ ବଢାଇବା ଆଦି ଦାବିପତ୍ରର ଅନ୍ତର୍ଭୁକ୍ତ ।
ଏହି କାର୍ଯ୍ୟକ୍ରମରେ ଆଇନଜୀବି ଦୀପକ ପ୍ରସାଦ ପଟ୍ଟନାୟକ, ରୁଦ୍ର ମାଧବ ହୋତା, ଉଦୟ ନାଥ ବେହେରା, ବ୍ରଜ ମୋହନ ସାହୁ, ଅମିତ କୁମାର ସ୍ବାଇଁ, ଅମରେନ୍ଦ୍ର ସାହୁ, ଲଷ୍ମୀଧର ପଟ୍ଟନାୟକ, ଭୀମସେନ ବେହେରା, ଆଇନଜୀବି ଅମ୍ବିକା ପ୍ରସାଦ ମିଶ୍ର, ବାସୁଦେବ ଧଳ, ଦିବ୍ୟରଞ୍ଜନ ହୋତା ଆଦି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ, ସମ୍ପାଦକ ଭରତ କୁମାର ଦାସ ସଂଯୋଜନା କରିଥିଲେ ।