ଭୁବନ; ବରିଷ୍ଠ ହିନ୍ଦି ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ମାର୍ଥାପୁର ଉଚ୍ଚବିଦ୍ୟାଳୟ ର ବରିଷ୍ଠ ହିନ୍ଦି ଶିକ୍ଷକ ଅମ୍ବୁଜ ବଲ୍ଳଭ ମହାପାତ୍ର ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି l

ଏହି ଅବସରରେ ସଭାଗୃହଠାରେ ପ୍ରଧାନଶିକ୍ଷକ ଅରୁଣ କୁମାର ସାହୁ ସଭାପତିତ୍ବରେ ଅତିଥି ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ମିଶ୍ର, ଶାରଦା ପ୍ରସାଦ ନନ୍ଦ ଓ ପରିଚାଳନା କମିଟି ସଭାପତି ବିରଜା ପ୍ରସାଦ ନନ୍ଦଙ୍କୁ ଫୁଲ ଚନ୍ଦନ ଫୁଲ ତୋଡ଼ା ଦେଇ ସ୍ୱାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ I

ଶ୍ରୀଯୁକ୍ତ ମହାପାତ୍ର ଜଣେ ଆଦର୍ଶ ଶିକ୍ଷକ ନଥିଲେ ପ୍ରକୃତି ପ୍ରେମୀ, କବି ଚିତ୍ରକାର ଓ ଭାଷାବିତ୍ ମଧ୍ଯ ଥିଲେ l ଛାତ୍ର ଛାତ୍ରୀ ମାନେ ତାଙ୍କୁ ଅନୁସରଣ କରି ଆଦର୍ଶ ରେ ଅନୁପ୍ରାଣିତ ହୋଇଥିବା ନେଇ ଛାତ୍ର ଛାତ୍ରୀ ମେଘନା ବେହେରା, ସଂତୃପ୍ତl ରାଉତ, ବୈଜୟନ୍ତ ମହାନ୍ତି ଓ ଚନ୍ଦନ କୁମାର ସାହୁ ବକ୍ତବ୍ୟ ରଖିଥିଲେ I

ପରେ ପରେ ବିଦ୍ୟଳୟ ପ୍ରଧାନ ଶିକ୍ଷକ ଓ ନିରଞ୍ଜନ ସ୍ଵାଇଁ କଳ୍ପନା ମାହୁନ୍ତ, ଲିଲିମା ମିଶ୍ର ଓ ଲଲିତ କୁମାର ସାହୁ ଶ୍ରୀଯୁକ୍ତ ମହାପାତ୍ର ଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ଵର୍ଦ୍ଧନା କରିବା ସହ ଛାତ୍ରୀ ମାନେ ବୈଠକରେ ବିଦାୟ ସଙ୍ଗୀତ ଗାନ କରିଥିଲେ I ଲିଲିମା ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ନିରଞ୍ଜନ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ I

Leave A Reply

Your email address will not be published.

four × 5 =