ଭୁବନ; ମଠକରଗୋଲା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କର ଆତ୍ମରକ୍ଷା ତାଲିମ ଶିବିର ଉଦ୍ଘାଟିତ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଲା ମହାବିଦ୍ୟାଳୟ ରେ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ନେଇ ଏକ ଆତ୍ମରକ୍ଷା କୌଶଳ ଶିବିର ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠାନର ଅଧ୍ୟକ୍ଷ ପ୍ର ଚିତ୍ତରଞ୍ଜନ ଦାସ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ସେ ଛାତ୍ର ଛାତ୍ରୀ ମାନଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ସଶକ୍ତ ହେଲେ ନିଜକୁ ରକ୍ଷା କରିପାରିବେ ବୋଲି କହିଥିଲେ। ସିଯାତ୍ରୀମାନେ ସଠିକ ତାଲିମ ନେଇ ଏହି ଶିବିରରୁ ଗଲା ପରେ ନିଜର ଆତ୍ମରକ୍ଷା ପାଇଁ ନିଜକୁ ପୂର୍ଣ ଭାବେ ପ୍ରସ୍ତୁତ କରାଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଅନୁଷ୍ଠିତ ସଭାରେ ଆତ୍ମ ରକ୍ଷା ତାଲିମ ଶିବିରର ସଂଯୋଜକ ଅଧ୍ୟାପକ ପ୍ରଶାନ୍ତ କୁମାର ମିଶ୍ର ଶିବିରର ଲକ୍ଷ ଓ ଉଦେଶ୍ୟ ବିଷୟତେ ଛାତ୍ରୀ ମାନଙ୍କୁ କହିବା ସହ କାର୍ଯ୍ୟକ୍ରମ ର ସଫଳତା କାମନା କରିଥିଲେ।ଅନୁଷ୍ଠାନର ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପିକା ସେଅପନିତା ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରୀମାନଙ୍କ ଆତ୍ମରକ୍ଷା କୌଶଳ ଶିକ୍ଷା କରିବା ଏକାନ୍ତ ଜରୁରୀ ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ଗିନବତା ପ୍ରକୋଷ୍ଟର ସଂଯୋଜ କ କୈଳାସ ଚନ୍ଦ୍ର ଦାସ ଓ ଅଧ୍ୟାପିକା ଦୀପ୍ତି ମୟୀ ସାହୁ ନିଜର ବକ୍ତବ୍ୟ ରଖିଥିଲେ। ଅଧ୍ୟାପିକା ସବିତା ଦେହୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ପ୍ରଶିକ୍ଷଣରେ ମାଷ୍ଟ୍ର ଟ୍ରେନର ପିନାକୀ ସ୍ୱାଇଁ ଓ ବର୍ଷାରାଣୀ ସ୍ବାଇଁ ଛାତ୍ରୀମାନଙ୍କ ତାଲିମ ଦେଇଥିଲେ।ଉକ୍ତ ଶିବିରରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ, ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.

20 − sixteen =