ଢେଙ୍କାନାଳ : ଜିଲ୍ଲା କାର୍ଯ୍ୟାଳୟ ଓସ୍ଓ୍ୱାନ ଭିଡିଓ କନଫରେନ୍ସ ହଲରେ ଆୟୋଜିତ ଉନ୍ନୟନ କାର୍ଯ୍ୟ ଓ କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଢ଼େଙ୍କାନାଳ ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ଏବଂ ଭ୍ରୂଣ ହତ୍ୟାକୁ ନେଇ ଉଦବେଗ ବ୍ୟକ୍ତ କରିଛନ୍ତି ଜିଲ୍ଲାପଳ ସରୋଜ କୁମାର ସେଠୀ। ଏହାକୁ ସମ୍ପୂର୍ଣ୍ଣ ରୋକିବା ଲାଗି ସେ ଗୁରୁତ୍ୱାରୋପ
କରିଛନ୍ତି । ଏଥିଲାଗି ପ୍ରଶାସନ ଏବଂ ପୋଲିସ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ କରି ବେସରକାରୀ କ୍ଲିନିକ୍, ନର୍ସିଂ ହୋମ ଯାଞ୍ଚ
କରିବା ଏବଂ ଆବଶ୍ୟକ ସ୍ଥଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। କୌଣସି କ୍ଲିନିକରେ ଲିଙ୍ଗ ନିରୂପଣ ହେଉଥବା ସୂଚନା ଦେଲେ ସୂଚନା ଦାତାଙ୍କୁ ୨୫୦୦୦
ଟଙ୍କା ପୁରସ୍କାର ଦିଆଯିବ ସଚେତନ ନାଗରିକ ଭାବେ ଏ ସର୍ମ୍ପକରେ ପ୍ରଶାସନକୁ ଅବଗତ କରାଇବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।
ଜିଲ୍ଲାପଳ କରୋନା ଟିକାକରଣ କାର୍ଯ୍ୟକ୍ରମର ସଫଳ
କରାଇବାକୁ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି । ସ୍କୁଲ, କଲେଜର ୧୫ରୁ୧୭ ବର୍ଷ ବୟସର ଛାତ୍ରୀଛାତ୍ରଙ୍କୁ ଟିକାକରଣ ଲାଗି ପ୍ରାଧାନ୍ୟ
ଦେବାକୁ ସେ ଜିଲା ମୁଖ୍ୟ ଚିକିତ୍ସାଧକାରୀ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଭୀମଭୋଇ ସାମର୍ଥ୍ୟ ଶିବିରରେ ଦିବ୍ୟାଙ୍ଗଙ୍କୁଚିହ୍ନଟ କରିସେମାନଙ୍କର ଜୀବନ ଜୀବକାରି ଉନ୍ନତିବ୍ୟବସ୍ଥା କରିବା ସହ ଭତ୍ତା ତାଲିକାଭୁକ୍ତ କରିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ଝାଡ଼ାବାନ୍ତି, ଡେଙ୍ଗୁ, ମ୍ୟାଲେରିଆ ଆଦିରୋଗର ପ୍ରତିକାର ଲାଗିବିହିତ ବ୍ୟବସ୍ଥା କରାଯାଉଛି। ତୃଣମୂଳସ୍ତରରେ ଆଶା, ଅଙ୍ଗନୱାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ ସଜାଗ ରଖାଯାଇଛି। ରୋଗାକ୍ରାନ୍ତ ଆବଶ୍ୟକ ଔଷଧ ପ୍ରଦାନ କରାଯାଉଥିବା ଜିଲା ମୁଖ୍ୟ
ଚିକିତ୍ସାଧିକାରୀ ଡା.ଅଶୋକ କୁମାର ଦାସ ସୂଚନା ଦେଇଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉଦୟକୁମାରମହାପାତ୍ର,
ଜିଲା ପରଷଦି ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ କୁମାର ଦରୱାନ, ଉପଜିଲାପାଳ ସି୍ନଗ୍ଧାରାଣୀ ଧଳ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ
ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶନୀ , ଆପାତକାଳୀନ ଅଧିକାରୀ ଲୋପାମୁଦ୍ରା ରଥ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ।