ପ୍ରଶାସନ ପକ୍ଷରୁ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ !

ଢେ଼ଙ୍କାନାଳ :ସଦର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନ ପକ୍ଷରୁ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।

ଗ୍ରହଣ କରାଯାଇଥିବା ୮୮ ଅଭିଯୋଗ ମଧ୍ୟରୁ୬୮ଟିର ସମାଧାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠି ପାଇଁ ୬ଜଣ ଏବଂ ରେଡକ୍ରସ୍‌ ସହାୟତା ପାଣ୍ଠି ପାଇଁ ୭ଜଣ ଆବେଦନ କରିଥିଲେ। ୭ଟି ସାମୂହିକ ଗ୍ରାମ୍ୟ ସମସ୍ୟା ରହିଥିଲା। ଜିଲ୍ଲାପାଳ ସରୋଜ
କୁମାର ସେଠୀ, ଏସ୍‌ପିଏଲ.ଦିବ୍ୟା ଭି ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ କୁମାର ଦରୱାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡା. ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ଦତ୍ତ, ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ସଦର ବ୍ଲକ ବିଡିଓ
ସୁଧୀର କୁମାର ନାୟକ, ଆସିଷ୍ଟାଣ୍ଡ କଲେକ୍ଟର ପିଜିସେଲ ସୌମ୍ୟା ଶତଭିଷା , ଅଧିକାରୀ ଲଳିତ ମୋହନ ଚୌଧରୀଙ୍କୁ ସମେତ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ ।
H

Leave A Reply

Your email address will not be published.

fifteen + 18 =