ଢ଼େଙ୍କାନାଳ : ସାରଙ୍ଗଧର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସଂଗ୍ରାମୀ, ସମାଜବାଦୀ ନେତା ତଥା ପୂର୍ବତନ ସାଂସଦ ସାରଙ୍ଗଧରଙ୍କ ୬୫ତମ ପୁଣ୍ୟତିଥି ଉପଲକ୍ଷେ ଢେଙ୍କାନାଳରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଇସ୍ପାତ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ।
ସଂଗ୍ରାମୀ ସାରଙ୍ଗଧର ଦାସ ଥିଲେ ଗଡ଼ଜାତ ଆନ୍ଦୋଳନର କର୍ଣ୍ଣଧାର। ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠାରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ସେ ଅକୁଣ୍ଠ ସହଯୋଗ କରିଥିଲେ। ଗଡ଼ଜାତ ଗାନ୍ଧୀଙ୍କ ଆଦର୍ଶଜୀବନ ଓ ଅବଦାନକୁ ଓଡ଼ିଆଜାତି ସବୁବେଳେ ମନେ ରଖିବ ବୋଲି କହିଛନ୍ତି ଇସ୍ପାତ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ।
ସ୍ଥାନୀୟ ବଲରାମ ମନ୍ଦିର ସନ୍ନିକଟରେ ଥିବା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ମନ୍ତ୍ରୀ, ବିଧାୟକ ସୁଧୀର କୁମାର ସାମଲ, ଜିଲାପାଳ ସରୋଜ କୁମାର ସେଠୀ ପ୍ରମୁଖ ମାଲ୍ୟାର୍ପଣ କରିଥିଲେ। ବରିଷ୍ଠ ବିଜେଡି ନେତା ବିଜୟ ନାୟକ, ମିଳିତ ବଜାର ପୂଜା କମିଟି ସଭାପତି ଗୋପାଳ ଚନ୍ଦ୍ର ପାତ୍ର, ପୌର ଉପାଧ୍ୟକ୍ଷ ପ୍ରକାଶ କୁଅଁର, ଜିଲ୍ଲା ମହିଳା ବିଜେଡି ସଭାପତି ସାଗରିକା ମିଶ୍ର, ଜିଲା ଛାତ୍ର ବିଜେଡି ସଭାପତି ସୁରଜ ମହାପାତ୍ର, କାଉନସଲରି ସନ୍ଦୀପ ଷଡ଼ଙ୍ଗୀ, ଢେଙ୍କାନାଳ ମେହେନ୍ତର ସଂଘର ସାଧାରଣ ସମ୍ପାଦକ ଗୀତାଞ୍ଜଳି ପାଣି, ପୌର ପରଷଦି କାଉନସଲରି , ବଜରଙ୍ଗ କ୍ଲବର କର୍ମକର୍ତ୍ତାଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।