ଗ୍ରାମବାସୀଙ୍କ ଚଲାପଥରେ ଅଧାରେ ଅଟକିଛି କେନାଲ ନିର୍ମାଣ କାର୍ଯ୍ଯ : ସମସ୍ୟା ଘେରରେ ତିରିଶ ପରିବାର !

ଢ଼େଙ୍କାନାଳ : ରେଙ୍ଗାଳୀ ବାମ କେନାଳ ଅଧିକାରୀଙ୍କ ଖାମଖିଆଲ ନୀତି ପାଇଁ ଆଜି ତିରିଶ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତିରିଶ ପରିବାର ଯେଉଁ ରାସ୍ତା ଦେଇ ଯିବା ଆସିବା କରୁଥିଲେ ଆଜି ସେହି ରାସ୍ତା ପାଲଟିଛି ମରଣଯନ୍ତା । ଠିକାଦାର କେନାଳ ନିର୍ମାଣ ଆଳରେ ରାସ୍ତାରୁ ମାଟି ତାଡି ଛାଡି ଚାଲିଯାଇଛି । ଯାହାଫଳରେକି ଲୋକମାନେ ବହୁ ସମସ୍ୟାରେ ଦିନ କାଟୁଛନ୍ତୁ । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ ଭୁଷଳ ପଞ୍ଚାୟତ ଅନ୍ତର୍ଗତ ମହାପାଟ ସାହିରେ ।

ମହାପାଟ ସାହିରେ ମୋଟ ତିରିଶଟି ପରିବାରର ଦୁଇ ଶହରୁ ଉର୍ଦ୍ଧ୍ବ ଲୋକମାନେ ବସବାସ କରନ୍ତି । ତେବେ ସମସ୍ତେ ନିଜ ଗ୍ରାମରୁ ଗୋଟିଏ ରାସ୍ତା ଦେଇ ଯିବା ଆସିବା କରନ୍ତି । ଗ୍ରାମକୁ ଭାରି ଯାନ ଯିବା ସହିତ ରୋଗୀଙ୍କୁ ମେଡିକାଲକୁ ନେବା ପାଇଁ ଆମ୍ବୁଲାନସ ମଧ୍ୟ ଯିବା ଆସିବା କରିଥାଏ ।

ତେବେ ଆଜକୁ ଦେଢ ବର୍ଷ ହେବ ଚାଷୀମାନଙ୍କ ଉର୍ନ୍ନତି ନିମନ୍ତେ ଏକ ଶାଖା କେନାଳ ସେହି ରାସ୍ତାଉପରେ ନିର୍ମାଣ ଆରମ୍ଭ କରାଯାଉଛି । ତେବେ ଠିକାଦାର ଅଧା କାମ କରି ଛାଡି ଚାଲିଯାଇଥିବା ଦେଖାଦେଇଛି। ଯାହାଫଳରେକି କେନାଳରେ ପାଞ୍ଚ ଛଅ ଫୁଟରେ ପାଣି ଜମି ରହିଥିବା ବେଳେ ରାସ୍ତାରେ ଯିବା ଆସିବା ବଡ କଷ୍ଟକର ହୋଇପଡିଛି । ତେବେ ପ୍ରଶାସନ କେବେ ମହାପାଟ ସାହି ବାସିନ୍ଦାଙ୍କ ରାସ୍ତା ସମସ୍ୟାର ସମାଧାନ କେବେ କରୁଛନ୍ତି ତାହା ଦେଖିବାକୁ ବାକିରହିଲା ।

Leave A Reply

Your email address will not be published.

four × 3 =