କାମାକ୍ଷାନଗର ନିର୍ବାଚିତ ନଗରପାଳ ଓ କାଉନସିଲରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା !

ଢେଙ୍କାନାଳ : କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜୁ ଜନତା ଦଳ କ୍ଲିନ ସୁଇପ କରିଥିବା ବେଳେ ନଗରପାଳ ଓ ସମସ୍ତ ୧୪ଟି ୱାର୍ଡର କାଉନସିଲର ମାନଙ୍କୁ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।

ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକରୀ ଇଂ.ବିରଜା ପ୍ରସାଦ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ନଗରପାଳ ଓ କାଉନସିଲରମାନେ ବିଜୁ ଜନତା ଦଳକୁ ବିପୁଳ ବ୍ୟବଧାନରେ ଜୟଯୁକ୍ତ କରାଇଥିବାରୁ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନା ଅନୁସାରେ କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ହୋଇଥିବା ନିର୍ବାଚନରେ ବିଜୁ ଜନତା ଦଳର ନଗରପାଳ ପ୍ରାର୍ଥୀ ଧର୍ମାନନ୍ଦ ପରିଡା ୬୪୬୩ ଭୋଟ ବ୍ୟବଧାନରେ ବିଜୟୀ ହୋଇ ଦ୍ୱିତୀୟ ଥର ପାଇ ନଗରପାଳ ଭାବେ ନିର୍ବାଚିତ ହୋଇଛନ୍ତି ।

ଏଥି ସହ ପ୍ରଥମ ଥର ପାଇଁ ସାରା ରାଜ୍ୟରେ କାମାକ୍ଷାନଗର ଏନଏସିରେ ଆଜିଠାରୁ ଲୋକମାନଙ୍କ ସମସ୍ୟାର ସମାଧାନ ପାଇଁ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ନଗରପାଳ ଧର୍ମାନନ୍ଦ ପରିଡା ଉଦଘାଟନ କରିଛନ୍ତି ।

Leave A Reply

Your email address will not be published.

five + two =