ଢେଙ୍କାନାଳ : ଗଁଦିଆ ଅଗ୍ନିଶମ କେନ୍ଦ୍ର ପରିସରରେ ବିଳମ୍ବିତ ରାତିରେ ଜଣେ ଅଗ୍ନିଶମ କର୍ମଚାରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି।
ମୃତକ ହେଲେ ଜୟନ୍ତ ଧାରୁଆ ତାଙ୍କ ଘର ବଲାଙ୍ଗୀର ଜିଲା ଲୋରମା ଅଞ୍ଚଳରେ। ସେ ଛାତରୁଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଆତ୍ମହତ୍ୟା କି ନୁହେଁ ତାହା ସ୍ପଷ୍ଟ ହେବ ବୋଲି ଥାନାଧିକାରୀ ସତ୍ୟବ୍ରତ ଭୂତିଆ କହିଛନ୍ତି ।
ଗଁଦିଆ ଅଗ୍ନିଶମ କେନ୍ଦ୍ର ଅଧିକାରୀ ଅକ୍ଷୟ ପ୍ରଧାନଙ୍କ ସୂଚନା ଅନୁଯାୟୀ , ଜୟନ୍ତ ଦେଢ଼ବର୍ଷ ତଳେ ଏଠାରେ ଯୋଗ ଦେଇଥିଲେ। କିଛିଦିନ ହେଲା ତାଙ୍କ ମାନସିକ ସ୍ଥିତି ଠିକ ନ ଥିଲା । ରାତିର ି ୟୁଟି ସରିବା ପରେ ସେ ଅନ୍ୟ କେତେଜଣ କର୍ମଚାରୀଙ୍କ ସହ ୨ ମହଲା କାର୍ଯ୍ୟାଳୟର ଛାତ ଉପରେ କ୍ୟାରମ ଖେଳୁଥିଲେ। ତେବେ ହଠାତ୍ ଖେଳ ଅଧାରେ ଛାଡ଼ି ଚାଲି ଆସିଥିଲେ। କିଛିସମୟ ପରେ କୌଣସି ଏକ ଶବ୍ଦ ଶୁଣି ସାଥୀ କର୍ମଚାରୀମାନେ ଯାଇ ଦେଖିବା ବେଳକୁ ଜୟନ୍ତ ତଳେ ପଡ଼ି ଛଟପଟ ହେଉଥଲେ।
ସହକର୍ମୀଙ୍କ ସହାୟତାରେ ତାଙ୍କୁ ଏକ ଗାଡ଼ିରେ ପ୍ରଥମେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରେ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟକୁ ରେଫର କରାଯାଇଥଲା। ତେବେ ସେଠାରେ ପହଞ୍ଚିବା ପୂର୍ବରୁ ଜୟନ୍ତଙ୍କ ମୃତ୍ୟୁ ହୋଇଯାଇଥଲା। ଏହାକୁ ନେଇ କର୍ମଚାରୀଙ୍କସମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ପାଇ ଗଁଦିଆ ଥାନା ପୋଲିସ ଘଟଣାସ୍ଥଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତଦନ୍ତ କରିଛି। ମୃତଦେହ
ବ୍ୟବଚେ୍ଛଦ ପରେ ଜୟନ୍ତଙ୍କ ପରିବାର କୁ ଦିଆଯାଇଛି।
ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା କିନୁହେଁ ତାହା ସ୍ପଷ୍ଟ ହେବ। ଏ ସଂକ୍ରାନ୍ତରେ ନଂ .୨୧/୨୨ରେ ଏକ ଅପମୃତ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।