ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ କାମାକ୍ଷାପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋବିନ୍ଦପୁର ଠାରେ ହିନ୍ଦୀ ଦିବସ ମହାସମାରୋହରେ ପାଳନ କରାଯାଇଥିଲା ।
ଅନୁଷ୍ଠାନର ପ୍ରଧାନଶିକ୍ଷକ ଅରବିନ୍ଦ ତ୍ରିପାଠୀଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ହିନ୍ଦୀ ଦିବସର ମହତ୍ୱ ବିଷୟରେ ବୁଝାଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହିନ୍ଦୀ ଦିବସ ପାଳନ ଅବସରରେ ଏକ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା ।
ଉକ୍ତ ପ୍ରତିଯୋଗିତା ରେ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସୁସ୍ମିତା ସାହୁ, ପ୍ରଥମ, ନବମ ଶ୍ରେଣୀର ଛାତ୍ର ମିଥୁନ୍ ଦେହୁରୀ ଦ୍ୱିତୀୟ ଏବଂ ଛାତ୍ର ଅଂଶୁମାନ ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ । ଉକ୍ତ ପ୍ରତିଯୋଗୀମାନଙ୍କୁ ବିଦ୍ୟାଳୟ ତରଫରୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ସାହୁ ଛାତ୍ରଛାତ୍ରୀମାନଙ୍କୁ ହିନ୍ଦୀ ଦିବସର ଗୁରୁତ୍ୱ ସମ୍ବନ୍ଧରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।
ଉକ୍ତ ଉତ୍ସବରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସଦାନନ୍ଦ ଭୋଳ, ଶିକ୍ଷୟିତ୍ରୀ ସ୍ୱର୍ଣ୍ଣପ୍ରଭା ଜେନା, ଶାନ୍ତନୁ କୁମାର ସାହୁ, ମନୋରଞ୍ଜନ ସାହୁ, ବିଚିତ୍ରାନନ୍ଦ ରାଉତ, ସୁନିତା ମହାରଣା , ଜୁନତା ପ୍ରଭାକର, ସନାତନ ପ୍ରଧାନ, ମିତାଞ୍ଜଳି ବରାଳ, ସସ୍ମିତା ଦାଶ, ଅତିର ମହାପାତ୍ର, ଅଭିନବ ବରାଳ ଓ ଶିକ୍ଷା କର୍ମୀ ସ୍ୱର୍ଣ୍ଣାଞ୍ଜଳି ଗଡନାୟକ, ଶକୁନ୍ତଳା ସ୍ୱାଇଁ, ବିଦ୍ୟାଳୟର ଏସ୍.ଏମ୍.ସି. ଚେୟାର୍ମ୍ୟାନ୍ ଅରୁଣ ରାଉତ ପ୍ରମୁଖ ଯୋଗଦାନ କରି ଉତ୍ସବକୁ ସରସ ସୁନ୍ଦର କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶାରିରୀକ ଶିକ୍ଷା ଶିକ୍ଷକ ନରେଶ କୁମାର ମହାରଣା ପରିଚାଳନା କରିଥିଲେ ।