ସିନର୍ଜି ଇଞ୍ଜିନିୟରିଂ ଓ ବୈଷୟକ ମହାବିଦ୍ୟାଳୟ ରେ ‘ରାଷ୍ଟ୍ରନିର୍ମାଣରେ ଯୁବକମାନଙ୍କ ଭୂମିକା’ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ !

ଢେଙ୍କାନାଳ : ସହର ଉପକଣ୍ଠ ସ୍ଥିତ ସିନର୍ଜି ଇଞ୍ଜିନିୟରିଂ ଓ ବୈଷୟକ ମହାବିଦ୍ୟାଳୟ ରେ ‘ରାଷ୍ଟ୍ରନିର୍ମାଣରେ ଯୁବକମାନଙ୍କ ଭୂମିକା’ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।

ଉତ୍ତରପ୍ରଦେଶ ବାରାଣସୀ ସ୍ଥିତ କରପତ୍ରିଧାମର ସ୍ୱାମୀ ଅଭିଷେକ ବ୍ରହ୍ମଚାରୀ ଜୀ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇଥିଲେ । ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଆମ ରାଷ୍ଟ୍ର କିଭଳି ଓ ଆମର ପରମ୍ପରା କ’ଣ ସେ ବିଷୟରେ ଜ୍ଞାନ ଆହରଣ କରିବା ଜରୁରୀ। ପୁରାଣ ଇତିହାସରେ ବର୍ଣ୍ଣିତ ଅଭିମନ୍ୟୁ , ଘଟୋତ୍କଚ, ଭଗତ ସିଂ , ଚନ୍ଦ୍ରଶେଖର ଆଜାଦଙ୍କ ଭଳିଯୁବକଙ୍କ ରାଷ୍ଟ୍ରପ୍ରତି ସମର୍ପଣ ଭାବନା ରହିଥିଲା। ଶ୍ରୀରାମ, ଶ୍ରୀକୃଷ୍ଣ, ସୀତା, ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ପରମ୍ପରା କର୍ତ୍ତବ୍ୟକୁ ସମ୍ମାନ ଜଣାଇଥିଲେ। ଅଧର୍ମ ବିରୋଧରେ ସଂଗ୍ରାମରେ ମୁଖ୍ୟ ଭୂମିକା ଗ୍ରହଣ
କରିଛନ୍ତି ।

ଭାରତୀୟ ମହିଳା ଓ କନ୍ୟାମାନେ ସଂସ୍କାରୀ। ସଂସ୍କାର ଓ ବୈଷୟିକ ଜ୍ଞାନ ସହିତ ପରମ୍ପରା ସହ ଯୋଡ଼ି ହେଲେ ଏକ ଉନ୍ନତ ରାଷ୍ଟ୍ରନିର୍ମାଣ ସମ୍ଭବ ବୋଲି ସେ ଛାତ୍ରଛାତ୍ରୀ ଙ୍କ ମାଗଦର୍ଶନ କରିଥିଲେ। ଭାରତୀୟ ଯୁବ ଚେତନାର ଜାତୀୟ ସଂଯୋଜକ ରୋହିତ ସିଂ ସମ୍ମାନିତ ବକ୍ତା ଭାବେ ଯୋଗଦେଇ କହଲେି , ଜାତି, ଧର୍ମ, ନିର୍ବିଶେଷରେ ରାଷ୍ଟ୍ରର ଉନ୍ନତିପାଇଁ ଜୀବନକୁ ସମ୍ପର୍ପିତ କରିବାକୁ ଯୁବବର୍ଗ ବ୍ୟାକୁଳ ହୋଇଥାଆନ୍ତି।

ମହାନ୍‌ ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ଓଡ଼ିଶା ମାଟିରେ ଜନ୍ମନେଇ ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି ’ ବୋଲି ଆହ୍ବାନ ଦେଇଥିଲେ। ଏହିଅବସରରେ ସେ ଏଭରେଷ୍ଟ ବିଜୟିନୀ କଳ୍ପନା ଦାଶ, ମହାକାଶଚାରୀ କଳ୍ପନା ଚାୱାଲାଙ୍କ ଉତ୍ସର୍ଗୀକୃତ ଜୀବନର ଉଦାହରଣ ଦେଇଥିଲେ। ଏବେ ବିଶ୍ୱ ଅର୍ଥନୀତିର ରେ ଭାରତ ୫ମ ସ୍ଥାନ ଅଧିକାର କରିଛି। ଭାରତକୁ ବିଶ୍ୱଗୁରୁ କରିବା ପାଇଁ
ସବୁସ୍ତରରେ ଉଦ୍ୟମ ହେବା ଦରକାର ବୋଲି ସେ ଆହ୍ବାନ ଦେଇଛନ୍ତି।

ଏହି ଅବସରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ବିନୋଦ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରିନ୍ସିପାଲ ଡ. ଇତିଶ୍ରୀ ମହାନ୍ତି ସ୍ୱାଗତ ଭାଷଣ ଓ ପଦାର୍ଥ ବିଜ୍ଞାନ ମୁଖ୍ୟ ଡ. ଜ୍ଯୋତ୍ସ୍ନା ସିଂ ଧନ୍ୟବାଦ ଅର୍ପଣ କରିଥିଲେ। କଳ୍ପନା ସାହୁ କାର୍ଯ୍ଯକ୍ରମର ସଂଯୋଜନା କରିଥିବାବେଳେ ପ୍ରଶାସନିକ ଅଧିକାରୀ
ଚନ୍ଦ୍ରକାନ୍ତ ମିଶ୍ର ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × 1 =