ଢେଙ୍କାନାଳ : ଅଦ୍ୟ କୈବଲ୍ୟବଜାରସ୍ଥିତ ସ୍ଥାନୀୟ ଲକ୍ଷ୍ମୀ ମଣ୍ଡପ ଠାରେ ଉପସଭାପତି ଶ୍ରୀନିବାସ ସଡଙ୍ଗୀଙ୍କ ସଭାପତିତ୍ୱରେ କୈବଲ୍ୟ ବଜାର ପୂଜା କମିଟିର ଏକ ସାଧାରଣସଭା ଅନୁଷ୍ଠିତ ହୋଇଥିଲା ।
ପୂର୍ବ କାର୍ଯ୍ୟସାରଣୀ ଅନୁଯାୟୀ ୨୦୨୦ ଏବଂ ୨୦୨୧ବର୍ଷର କୋଭିଡ୍ ଅନୁସାରେ ଆୟୋଜନ ହୋଇଥିବା ଲକ୍ଷ୍ମୀପୂଜା ଆୟବ୍ୟୟର ହିସାବ ପଠନ କରାଯାଇଥିଲା । ୨୦୨୨ ଚଳିତ ବର୍ଷର ପୂଜା ସମ୍ବନ୍ଧୀୟ ଆଲୋଚନା କରାଯାଇଥିଲା ଏବଂ ସର୍ବ ସମ୍ମତି କ୍ରମେ ନୂତନ କର୍ମକର୍ତା ଚୟନ କରାଯାଇଥିଲା ।
ସଭାପତି ଭାବେ ବ୍ରିଗେଡିୟର ରାଜା କାମାକ୍ଷା ପ୍ରସାଦ ସିଂହଦେଓ, ଉପଦେଷ୍ଟା ଭାବେ ପ୍ରସନ୍ନ କୁମାର ପଟ୍ଟନାୟକ, ଉପସଭାପତି ଶ୍ରୀନିବାସ ଷଡଙ୍ଗୀ, ନୂତନ ସମ୍ପାଦକ ଭାବେ ଦୀପକ କୁମାର ମିଶ୍ର, କୋଷାଧ୍ୟକ୍ଷ ଭାବେ ଶଙ୍କଟ ଭଞ୍ଜନ ବେହେରା, କାର୍ଯ୍ୟକାରୀ କମିଟିରେ ୭ଜଣ ଯୁବ କର୍ମକର୍ତ ସ୍ଥା ପାଇଥିଲେ । ଅମରେନ୍ଦ୍ର ସାମଲ, ସନ୍ତୋଷ ଶତପଥୀ, ପ୍ରକାଶ ପତି, ଶିବରାମ ଦାସ, ପ୍ରତାପ ପଣ୍ଡା, ସନ୍ଦୀପ ଷଡଙ୍ଗୀ, ସଞ୍ଜିବ ପଣ୍ଡା ପ୍ରମୁଖ ଯୁବ କମିଟିରେ ସ୍ଥାନ ପାଇଥିଲେ ।
ବିଗତ ୬୨ବର୍ଷ ଧରି ମା’ ଗଜଲକ୍ଷ୍ମୀଙ୍କର ପୂଜା ଶାନ୍ତିଶୃଙ୍ଖଳାର ସହିତ ପାଳନ ହୋଇ ଆସିଥିବାବେଳେ ଚଳିତ ବର୍ଷ ଅତି ଜାକଜକମରେ ପାଳିତ ହେବାକୁ ସମସ୍ତ ସଦସ୍ୟମାନଙ୍କର ଉତ୍ସାହ ରହିଛି । ଏହି ବୈଠକରେ ବରିଷ୍ଠ କର୍ମକର୍ତଙ୍କ ମଧ୍ୟେ ସୁଧାଂଶୁ ଶେଖର ନନ୍ଦ, ଅକ୍ଷୟ ଶତପଥୀ, ଓମ୍କାର କର୍ଣ୍ଣ, ମହାଦେବ ପଣ୍ଡା, ବଳଭଦ୍ର ମହାପାତ୍ର, ରମେଶ ଚନ୍ଦ୍ର ପତି, ଶୁଭେନ୍ଦୁ କୁମାର ଷଡଙ୍ଗୀ, ଶମ୍ଭୁନାଥ ମହାପାତ୍ର, ବ୍ରଜ ବିହାରୀ ବେହେରା ପ୍ରମୁଖଙ୍କ ସମେତ ଶତାଧିକ ଯୁବ ସଦସ୍ୟ ଉପସ୍ଥିତ ରହି ମା’ଙ୍କ ପୂଜାକୁ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବାକୁ ସହମତି ପ୍ରଦାନ କରିଥିଲେ ।