ଜିଲ୍ଲା ର କୋଭିଡ ପରିଚାଳନା ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ !

ଢ଼େଙ୍କାନାଳ : ଜିଲ୍ଲ କାର୍ଯ୍ୟାଳୟ ଓସୱାନ୍‌ ହଲରେ କୋଭିଡ ପରିଚାଳନା ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବ୍ଲକ ଶିକ୍ଷାଧିକାରୀ , ବିଡିଓ, ପଞ୍ଚାୟତିରାଜ ଅନୁଷ୍ଠାନର ସଦସ୍ୟ, ବିଦ୍ୟାଳୟ ପରିଚାଳନା କମିଟି ମିଳିତ ଯୋଜନା କରି ଛାତ୍ରଛାତ୍ରୀଙ୍କୁ
କୋଭିଡ ଟିକାକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଏବଂ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିଚ୍ଛନ୍ନ ରଖିବା ଲାଗି ଜିଲାପାଳ ସରୋଜ କୁମାର ସେଠୀ ନିର୍ଦ୍ଦେଶ ଦେଇଛନ୍ତି।

୧୨ରୁ୧୪, ୧୫ରୁ୧୭, ୧୮ରୁ ୫୯ବର୍ଷର ବ୍ୟକ୍ତି, ଏବଂ ଫ୍ରଣ୍ଟଲାଇନ୍‌ ଓ୍ୱାକର ଙ୍କୁ ଟିକାକରଣ ସର୍ମ୍ପକରେ ଜିଲାପାଳ ବିଡିଓଙ୍କ ସହିତ ଆଲୋଚନା କରିଛନ୍ତି । ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡ଼ିକୁ ପରିଷ୍କାରି ରଖିବା , କ୍ୟାଣ୍ଟିନ, ଖାଦ୍ୟ ଯୋଗାଣ ବ୍ୟବସ୍ଥା, ମାସ୍କ ଯୋଗାଣ, ବିଭିନ୍ନ ପରୀକ୍ଷା ନିମନ୍ତେ ସହଯୋଗ କରିବା , ଆବଶ୍ୟକ ସ୍ଥଳେ ରୋଗୀଙ୍କୁ ଅଧିକ ଚିକିତ୍ସା ଲାଗି ସ୍ଥାନାନ୍ତର ପ୍ରକ୍ରିୟା ବ୍ୟବସ୍ଥିତ କରିବା ଲାଗି ଦକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜନ
କରିବା ଲାଗି ଜିଲାପାଳ ପରାମର୍ଶ ଦେଇଛନ୍ତି। ପ୍ରଥମ, ଦ୍ୱିତୀୟ ପଯ୍ୟାୟରେ ର୍ ୧୪୬ ଏବଂ ତୃତୀୟ ପଯ୍ୟାୟରେ ର୍ ୫୩ ସ୍କୁଲ ରୂପାନ୍ତରଣ ହୋଇଛି।

ସମ୍ପୃକ୍ତ ବିଦ୍ୟାଳୟ ଗୁଡ଼ିକର ଆବଶ୍ୟକ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ସମାପନ କରିବା , ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଲାଗିଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଶିକ୍ଷକଙ୍କ ସମସ୍ୟାର ସମାଧାନ ଲାଗି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ପିଲାମାନଙ୍କ ଆବଶ୍ୟକତା ଦୃଷ୍ଟିରୁ ଯଥାଶୀଘ୍ର ଆବଶ୍ୟକ ପ୍ରମାଣପତ୍ର ଯୋଗାଇ ଦେବାକୁ ତହସିଲଦାର ମାନଙ୍କୁପରାମର୍ଶ ଦିଆଯାଇଛି। ଗ୍ରାମସଭା ମାଧ୍ୟମରେ ପ୍ରକୃତ ଭୂମିହୀନଙ୍କୁ ଜମି ପ୍ରଦାନ, ବେବନ୍ଦବସ୍ତ ମୁ୍ୟଟେଶନ ମାମଲାର ସମାଧାନ, ଜବରଦଖଲକାରୀଙ୍କ
କବଳରୁ ସରକାରୀ ଜମି ଉଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦିଅଯାଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରମେଶ ଚନ୍ଦ୍ର ସେଠୀ, ଜିଲା ପରଷଦି ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରୱନ, ଢେଙ୍କାନାଳ ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, କାମାକ୍ଷାନଗର ଉପଜିଲାପାଳ ଜେ୍ୟାତ ଶଙ୍କର ସାହୁ ,ଜିଲା ଶିକ୍ଷାଧିକାରୀ ନିବେଦିତା ପାଣି, ସ୍ୱାସ୍ଥ୍ୟ ମିଶନ ପରିଚାଳିକା ସୋନାଲି ପ୍ରିୟଦର୍ଶନୀ , ଆପାତକାଳୀନ ଅଧିକାରୀ ଲୋପାମୁଦ୍ରା ରଥ, ଜିଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ସାହୁ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ କୁମାର ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

11 − 6 =