ଭୁବନର ପ୍ରସିଦ୍ଧ ଗଣେଶ ପୂଜା ଅନ୍ତିମ ପର୍ଯ୍ୟାୟରେ !

ଢେଙ୍କାନାଳ : ଭୁବନର ପ୍ରସିଦ୍ଧ ଗଣେଶ ପୂଜା ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ଗତ ୩୧ ତାରିଖରୁ ୨୬ ମଣ୍ଡପରେ ବିଦ୍ୟାଦାତାଙ୍କ ଆବାହନ କରାଯାଉଥିବାବେଳେ ଆରମ୍ଭ ହୋଇଛି ୨ଦିନିଆ ମେଳଣ ମହୋତ୍ସବ ।

ପୂର୍ବ ନିଷ୍ପତି ଅନୁଯାୟୀ ୫୩ନଂ .ଜାତୀୟ ରାଜପଥ ବାଇପାସ ଠାରୁ କାଳୀବଜାର ଓ ଅରବିନ୍ଦ ମାର୍ଗ ଠାରୁ ଡାକବଙ୍ଗଳା ଛକ ଯାଏ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ମେଢ଼ଗୁଡ଼ିକ ମେଳଣ ପଡ଼ିଆରେ ଏକତ୍ରିତ ହୋଇଛନ୍ତି ।
ସେଠାରେ ନୀତିକାନ୍ତି ଅନୁଯାୟୀ ଚାଲିଥିଲା ପୂଜାର୍ଚ୍ଚନା ।

ମେଲଣ ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦେଶକ ରଞ୍ଜନ କୁମାର ଦାଶ, ସମ୍ମାନିତ ଅତିଥି ଭାବେ ଜିଲ୍ଲପାଳ ସରୋଜ କୁମାର ସେଠୀ, ନଗରପାଳ ଶୁଭେନ୍ଦୁ କୁମାର ସାହୁ, ସାସଂଦ ଙ୍କ ପ୍ରତିନିଧି ମାତୃପ୍ରସାଦ ମିଶ୍ର, ନିର୍ବାହୀ ଅଧିକାରୀ ଶ୍ୟାମସନ୍ଦରୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିନୋଦ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ମହୋତ୍ସବର ସମ୍ପାଦକ ଜିତେନ୍ଦ୍ର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ ।

କଳାସଂସ୍କୃତିର ସହର ଭୁବନ ରାଜ୍ୟର ଗୌରବ । ଏହାର ବିକାଶ ଲାଗି ନଗରପାଳଙ୍କ ପରାମର୍ଶ କ୍ରମେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଅତିଥି କହିଥିଲେ । ସେହିପରି ଶିକ୍ଷାରେ ଜିଲାକୁ ଗୌରବାନ୍ୱିତ କରିଥିବାଭୁବନ ପ୍ରତି ଜିଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟିଦିଆଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଉଦଘାଟନୀ ଦିବସରେ ଭୁବନ ଏବଂ ଏହାର ଆଖପାଖ ଅଂଚଳର ଶିଶୁକଳାକାରଙ୍କୁ ନେଇ ୪୦ରୁ ଊର୍ଦ୍ଧ୍ୱ ଦଳ ନୃତ୍ୟସଙ୍ଗୀତ ପରିବେଷଣ କରିଥିଲେ ।

କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସେହିପରି ଗଣେଶ ପୂଜା ଉପଲକେ୍‌ଷ ପୂର୍ବରୁ ଆୟୋଜିତ ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗତାର କୃତୀ ପ୍ରତିଯୋଗୀ ମଧ୍ୟ ପୁରସ୍କୃତ ହୋଇଥିଲେ । ମେଳଣ ଉଦଯାପନୀ ଦିବସରେ ୧୨ବର୍ଷ ପତି ପାଳନ କରୁଥିବା ଗଣପତିକ୍ଲବ, ଡାୟନାମିକ୍‌ କ୍ଲବ, ନାଇସ୍‌କ୍ଲବ୍‌, ସିଂଘମ କ୍ଲବ ଏବଂ ପୁରାତନ ୧୮ଟି କ୍ଲବ୍‌ର କର୍ମକର୍ତାଙ୍କୁ ସମ୍ମାନିତ କରାଯିବ ।ଆଜ୍ଞାଲଡୁ ମଧ୍ୟ ନିଲାମ ହେବ ।

୭ ତାରିଖରେ ସହରବାସୀ ଗଜାନନଙ୍କୁ ମେଲାଣିଦେବେ । ଶାନ୍ତିଶୃଙ୍ଖଳା ରକ୍ଷାଲାଗି ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ପୋଲିସ ମୁତୟନ ହୋଇଥିବାବେଳେ ପୂଜା ପ୍ରତିଷ୍ଠାନର କର୍ମକର୍ତା ଏଥିରେ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.

sixteen + 9 =