ଭୁବନ; ଜଗବନ୍ଧୁ ଜରାଶ୍ରମ ପକ୍ଷରୁ ପ୍ରତିଭା ସମ୍ମାନ ଉତ୍ସବ !

ଢ଼େଙ୍କାନାଳ : ଭୂବନର ଅନନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଜଗବନ୍ଧୁ ଜରାଶ୍ରମ’ ପକ୍ଷରୁ ପବିତ୍ର ଗୁରୁ ଦିବସ ଅବସରରେ ପ୍ରତିଭା ସମ୍ମାନ ଓ ଗୁରୁ ଦିବସ ପାଳନ ହୋଇଛି ।

ଏହି ଅବସରରେ ଅଷ୍ଟମ ଶ୍ରେଣୀର ଉନ୍ନିତ କୃତି ଛାତ୍ରଛାତ୍ରୀ ଙ୍କୁ ‘ଶରତ ଚନ୍ଦ୍ର ମିଶ୍ର ଶିକ୍ଷା ସମ୍ମାନ’ ରେ ପୁରସ୍କୃତ କରିବା ସହ ପୁରସ୍କାର ରାଶି ୮୦୦୦ ଟଙ୍କା ସମେତ ବୃକ୍ଷ ଚାରା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଚୈତନ୍ୟ ମିଶ୍ର ଏହି ପୁରସ୍କାର କୃତି ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କୁ ପ୍ରେରଣା ଯୋଗାଇବ ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ ।

ମୁଖ୍ୟବକ୍ତା ଭାବେ ଏବିଇଓ ରାଜଲକ୍ଷ୍ମୀ ଟୁଡୁ ତାଙ୍କ ବକ୍ତବ୍ୟରେ ଏହି ପୁରସ୍କାର ମାଧ୍ୟମରେ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେବା ସହ ସରକାରୀ ବିଦ୍ୟାଳୟ ପ୍ରତି ଆକର୍ଷଣ ବୃଦ୍ଧି ପାଇଁ ନିବେଦନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରେଣୁବାଳା କର ସଭା ପରିଚାଳନା କରିଥିଲେ । ଏହି ଉତ୍ସବରେ ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀଧର ବେହେରା, କୃଷକ ସମାଜର ସଭାପତି ସୁରେନ୍ଦ୍ର ପୃଷ୍ଟି, ସୁଚନା ଅଧିକାର କର୍ମୀ ରଞ୍ଜନ ଦାସ, ଯୁବ ସାମ୍ବାଦିକ ସୁଦାମ ଭୂଇଁ, ସମାଜସେବୀ ସନ୍ତୋଷ ଦ୍ବିବେଦୀ, କାଉନସିଲର ସୁଚିତ୍ରା ସାହୁ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।

ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଅକୁଣ୍ଠ ସହଯୋଗ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁଷ୍ଠାନର ସଂପାଦକ ଆଶୁତୋଷ ମିଶ୍ର ଏହି ଶିକ୍ଷା ସମ୍ମାନ ଆଗମୀ ପିଢ଼ି ପାଇଁ ପ୍ରେରଣା ଦାୟୀ ହେବ ଏବଂ ଓଡ଼ିଶାର ସମସ୍ତ ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ତାନ ବଢ଼ିବାରେ ସହାୟକ ହେବ ।

ଏଭଳି କାର୍ଯ୍ୟକ୍ରମ ଜଗବନ୍ଧୁ ଜରାଶ୍ରମ ନିଜ ହାତକୁ ନେଇଥିବାରୁ ଭାରତୀୟ ଜନ ସଂଚାର ସଂସ୍ଥାନ, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ବାର୍ତ୍ତା ମାଧ୍ୟମରେ ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

11 + seventeen =