ଢେଙ୍କାନାଳ : ଜିଲ୍ଲା ସ୍ତରୀୟ ତିନିଦିନ ଧରି ଚାଲିଥିବା ବ୍ୟାଡ଼ମିଟନ ଚାମ୍ପିଆନଶୀପ ଉଦଯାପିତ ହୋଇଯାଇଛି ।
ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ଚମ୍ପିୟାନ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଥାଉକି, ଜିଲ୍ଲା ବ୍ୟାଡ଼ମିଟନ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ର ଉଦଜାପନୀ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପରିଷଦର ନିର୍ବାହୀ ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି ଟୁର୍ଣ୍ଣାମେଣ୍ଟ ରେ ୧୩, ୧୫ ଓ ୧୭ବର୍ଷରୁ କମ୍ ବର୍ଗର ଉଭୟ ବାଳକ ବାଳିକାଙ୍କୁ ନେଇ ସିଙ୍ଗଲ୍ସ ଓ ଡ଼ବଲସ ବିଭାଗରେ ପ୍ରତିଯୋଗିତା ହୋଇଥିଲା । ତେବେ ଏହି ପ୍ରତିଯୋଗିତାରେ ଚଳିତ ବର୍ଷ ପାଇଁ ଜିଲ୍ଲାସ୍ତରରେ ୧୩ବର୍ଷରୁ କମ ବୟସ ବର୍ଗରେ ବାଳକ ସିଙ୍ଗଲସରେ ମୟଙ୍କ ପଟ୍ଟନାୟକ, ଡ଼ବଲସରେ ମୟଙ୍କ ପଟ୍ଟନାୟକ ଓ କୁମାର ଆଦିତ୍ୟ, ବାଳିକା ସିଂଗଲସରେ କେ ସାଇ ଦେବନା ଚମ୍ପିୟାନ ହୋଇଛନ୍ତି । ୧୫ବର୍ଷରୁ କମ ବୟସ ବାଳକ ସିଙ୍ଗଲସରେ ଶୁଭ୍ରକେତନ ମଲ୍ଲିକ, ଡ଼ବଲସରେ ଶୁଭ୍ରକେତନ ଓ ମୟଙ୍କ ପଟ୍ଟନାୟକ, ବାଳିକା ସିଙ୍ଗଲ ସରେ ସ୍ନେହାଶ୍ରୀ ଦାସ ଚମ୍ପିୟାନ ହୋଇଛନ୍ତି । ଅପରପକ୍ଷରେ ୧୭ବର୍ଷରୁ କମ ବୟସର ବାଳକ ସିଙ୍ଗଲସରେ ଶୁଭ୍ରକେତନ ମଲ୍ଲିକ, ବାଳିକା ସିଙ୍ଗଲସରେ ସାଇ ପ୍ରଭାତ ରଶ୍ମି, ବାଳିକା ଡବଲସରେ ସାଇ ପ୍ରଭାତ ରଶ୍ମି ଓ ସଂଚିତା ଦେ ଚାମ୍ପିଆନ ହୋଇ ପୁରସ୍କୃତ ହୋଇଛନ୍ତି । ତେବେ ସାଧାରଣ ବର୍ଗ ଡ଼ବଲସରେ ବ୍ରିଜେଶ ମିଶ୍ର ଓ ବିଶ୍ୱଜିତ ସାହୁ ଚମ୍ପିୟାନ ହୋଇଥିବା ଜିଲ୍ଲା ବ୍ୟାଡମିଟନ ଆସୋସିଏସନ ପକ୍ଷରୁ ସମ୍ପାଦକ ଟଙ୍କଧର ବେହେରା ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
ଜିଲ୍ଲାସ୍ତରରେ ଚମ୍ପିୟାନ ପ୍ରତିଯୋଗୀମାନେ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିବା ଅସୋସିଏସନ ସଭାପତି ମଳୟ ପଟନାୟକ ସୂଚନା ଦେଇଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ କୁ ଜିଲ୍ଲା ବ୍ୟାଡମିଟନ ଆସୋସିଏସନ ଢେଙ୍କାନାଳ ପକ୍ଷରୁ ଅମିତ ରଞ୍ଜନ ଶତପଥୀ, ରଶ୍ମିରଞ୍ଜନ ପଟ୍ଟନାୟକ, ଜିତେନ୍ଦ୍ର ଦାସ ତାରିଣୀ ପ୍ରସାଦ ମାଝୀ, ପ୍ରିୟବ୍ରତ ପ୍ରଧାନ, ମୟଙ୍କ ପଟ୍ଟନାୟକ ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟ କୁ ସଂଚାଳନ କରିଥିଲେ ।