ସର୍ବଭାରତୀୟ ୨ ଦିନିଆ ବନ୍ଦ ପାଳନ ଢେଙ୍କାନାଳରେ ଆଂଶିକ ପ୍ରଭାବ : ଆର୍ଥିକ କାରବାର ବ୍ୟାଘାତ !

ଢେଙ୍କାନାଳ : ଦୁଇଦିନିଆ ଧର୍ମଘଟରେ ସକାଳ ୬ ଘଟିକା ଠାରୁ ୧୦ଟି କେନ୍ଦ୍ରୀୟ ସଂଗଠନ, ସମେତ ଢେଙ୍କାନାଳ ଡାକମଣ୍ଡଳର ଅଧିକ ଭାରତୀୟ ଡାକ କର୍ମଚାରୀ ସଂଘ ତଥା ଜାତୀୟ ଡାକ କର୍ମଚାରୀ ସଂଘର ତୃତୀୟ ଶ୍ରେଣୀ କର୍ମଚାରୀ, ଜାତୟ ଅତିରିକ୍ତ ଡାକ କର୍ମଚାରୀ, ଅଖିଳ ଭାରତୀୟ ଅତିରିକ୍ତଡାକ କର୍ମଚାରୀ ସଂଘ ଏବଂ ପୋଷ୍ଟମ୍ୟାନ ଏବଂ ଏମ.ଟି.ଏସ୍‌ର ସମସ୍ତ କର୍ମଚାରୀମାନେ ଭାଗ ନେଇଛନ୍ତି ।

ଢେଙ୍କାନାଳ ପ୍ରଧାନ ଡାକଘର ସାମ୍ନାରେ ବିବିନ୍ନ ଦାବୀପୁରଣ ପାଇଁ ଡାକ କର୍ମଚାରୀମାନେ ବହୁ ସଂଖ୍ୟାରେ ଯୋଗଦେଇ ଦୁଇଦିନିଆ ଧର୍ମଘଟରେ ସାମିଲ ହୋଇଥିଲେ । ଆଜିର ଏହି ଧର୍ମଘଟରେ ଡାକ କର୍ମଚାରୀ ମାନଙ୍କର ବିଭି୍‌ନ୍ନ ସମସ୍ୟା ତଥା କେନ୍ଦ୍ର ସରକାରଙ୍କର ବିଭିନ୍ନ କର୍ମଚାରୀ ବିରୋଧୀ ନୀତି ବିରୁଦ୍ଧରେ ସ୍ୱର ଉତୋଳନ କରାଯାଇଥିଲା ।

ବିଭିନ୍ନ ଦାବୀ ଯେପରି ନୂତନ ପେନସନ ଉଚ୍ଛେଦ ଆଉ ପୁରୁଣା ପେନସନ ଲାଗୁ କରିବା, ଖାଲି ପଦବୀ ପୂରଣ କରିବା, ଗ୍ରାରମଣ ଡାକ କର୍ମଚାରଙ୍କୁ ସରକାରୀ କର୍ମଚାରୀ ମାନ୍ୟତା , ଘରୋଇକରଣ ନୀତିକୁ ବିରୋଧ କରିବା, କରୋନା ସମ୍ପର୍କରିତ ସମସ୍ତ ସମସ୍ୟାର ସମାଧାନ, ସାପ୍ରାହିକ ପାଂଚଦିନିଆ କାର୍ଯ୍ୟ ସପ୍ତାହ ଲାଗୁଶ୍ରେଣୀ ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘର ସଭାପତି ଚନ୍ଦ୍ର ଶେଖର ସିଂ, ସହ ସମ୍ପାଦକ ସୂର୍ଯ୍ୟକାନ୍ତ ସାହୁ, ଜାତୀୟ ପୋଷ୍ଟମ୍ୟାନ-ଏମ.ଟି.ଏସ ସଂଘର ସମ୍ପାଦିକା ପ୍ରେମାଲତ ସେଠୀ ଏବଂ ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଖର ସମ୍ପ।।ଦକ ଅଭିଳାଷ ମହାପାତ୍ର ଏବଂ ଦୁଇ ଦଳର ଗ୍ରାମୀଣ ଡାକ କର୍ମଚାରୀ ସଂଘର କର୍ମକର୍ତା ପ୍ରମୋଦ କମାର ସାହୁ, ପ୍ରଭାକଗର ନାୟକ, ଦୀପ୍ତି ରଞ୍ଜନ ସାମନ୍ତ, ଜ୍ୟୋତି ରଞ୍ଜନ ସାହୁ, ବସନ୍ତ ମଲ୍ଲିକ, ସୁଧାକର ମିଶ୍ର, ବିଭୁତି ଭୂଷଣ ନାୟକ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଧର୍ମଘଟରେ ଯୋଗ ଦେଇଥିଲେ ।

ଏହି ଅବସରରେ ଢେଙ୍କାନାଳର ଷ୍ଟେଟ ବ୍ୟାଙ୍କ ସମେତ ଅନ୍ୟାନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କ ଓ ପ୍ରାଇଭେଟ ବ୍ୟାଙ୍କ ସବୁ ବନ୍ଦ ରହିଥିଲା । ଏହି ବନ୍ଦ ଯୋଗୁ ବହୁ ଲୋକ ଟଙ୍କା ଉଠାଣ କରିନପାରି ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

Leave A Reply

Your email address will not be published.

two + 17 =