ସମ୍ବର୍ଦ୍ଧନା ଉତ୍ସବ, ଭାରତ ସ୍କାଉଟ୍‌ସ ଓ ଗାଇଡ୍‌ସ, ଢେଙ୍କାନାଳ !

ଢେଙ୍କାନାଳ : ଅପରାହ୍ନ ସମୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସଭାଗୃହରେ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ମୁଖ୍ୟ କମିଶନର ଭାରତ ସ୍କାଉଟ୍ସ ଓ ଗାଇଡ୍ସ, ଢେଙ୍କାନାଳର ନିବେଦିତା ପାଣି ମହୋଦୟାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସସ୍ମିତା ସାହୁ, ପର୍ଜଙ୍ଗ ଓ କଙ୍କଡାହାଡ ଗୋଷ୍ଠୀ ଶିକ୍ଷାଧିକାରୀ ହରିହର ସାହୁ, ସଦର ଓ ଓଡାପଡା ଗୋଷ୍ଠୀ ଶିକ୍ଷାଧିକାରୀ ବ୍ରହ୍ମାନନ୍ଦ ରାଉତ, ଭୁବନ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରତାପ ଚନ୍ଦ୍ର ଶତପଥୀ, କାମାକ୍ଷାନଗର ଗୋଷ୍ଠୀ ଶିକ୍ଷାଧିକାରୀ ଜଗବନ୍ଧୁ ଜେନା, ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଜୟନାରାୟଣ ପାଢୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ।

ଭାରତ ସ୍କାଉଟସ୍ ଓ ଗାଇଡ୍‌ସ ତଥା ଜୁନିୟର ରେଡ୍‌କ୍ରସ୍ ସଂସ୍ଥାର ନିର୍ବାହୀ ପରିଷଦର ସଦସ୍ୟ/ସଦସ୍ୟା ରୂପେ ନିଜର ନିଷ୍ଠା, ତ୍ୟାଗ ତଥା ଉତ୍ସର୍ଗୀକୃତ ସେବା ମନୋବୃତି ଯୋଗୁଁ ଅବସର ନେଇଥିବା ଶିକ୍ଷକ ଓ ଶିକ୍ଷିକା ଗଗନ ବିହାରୀ ନାୟକ, ପ୍ରଧାନଶିକ୍ଷକ (ଜିଲ୍ଲା କମିଶନର), ପ୍ରମୋଦ କୁମାର ପ୍ରଧାନ ଓ ସହକାରୀ ଶିକ୍ଷକ (ଜିଲ୍ଲା ତାଲିମ୍ କମିଶନର), ଗୀତାଞ୍ଜଳି ମିଶ୍ର, ସହକାରୀ ଶିକ୍ଷୟିତ୍ରୀ (ଜିଲ୍ଲା ସଂଗଠନ କମିଶନର), ସୁଶ୍ରୀ ଜ୍ୟୋତ୍ସ୍ନାମୟୀ ମହାପାତ୍ର, ସହକାରୀ ଶିକ୍ଷୟିତ୍ରୀ (ଗାଇଡ୍ କ୍ୟାପ୍‌ଟେନ୍‌), ବିପିନି ବିହାରୀ ଶତପଥୀ, ସହକାରୀ ଶିକ୍ଷକ (ଯୁଗ୍ମ ସମ୍ପାଦକ, ଜୁନିୟର ରେଡ୍‌କ୍ରସ୍‌), ପ୍ରଶାନ୍ତ କୁମାର ଧଳ, ଶାରୀରିକ ଶିକ୍ଷା ଶିକ୍ଷକ (ସାଧନ କର୍ମୀ, ଜୁନିୟର ରେଡ୍‌କ୍ରସ୍‌) ମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ସ୍ୱରୂପ ସମ୍ବର୍ଦ୍ଧିତ କରାଯାଇଥିଲା ।

ଉତ୍ସବ ପ୍ରାରମ୍ଭରେ ଭାରତ ସ୍କାଉଟ୍ସ ଓ ଗାଇଡ୍ସ ତତା ଜୁନିଅର ରେଡ୍‌କ୍ରସ୍ ଜିଲ୍ଲା ସମ୍ପାଦକ ସୁଶ୍ରୀ ସୌଦାମିନୀ ଦାସ ସମ୍ପାଦକୀୟ ଅଭିଭାଷଣ ରଖିଥିଲେ । ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସଂସ୍ଥା ତରଫରୁ ବିଭିନ୍ନ ବ୍ଲକ୍‌ରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରରେ ସହଯୋଗ କରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଶ୍ରୀ ପାଢୀ ଏବଂ ରକ୍ତ ଭଣ୍ଡାରର ଟେକ୍‌ନିସିଆନ୍ ବନ୍ଧୁମାନଙ୍କୁ ଉପଢୌକନ୍ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଅତିଥିବୃନ୍ଦ ସ୍କାଉଟ୍ ଗାଇଡ୍ ଓ ଜୁନିଅର ରେଡ୍‌କ୍ରସ୍‌ର ମୂଳମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ଉତମ ନାଗରିକ ରୂପେ ଗଢି ତୋଳିବାରେ ସହାୟକ ହେବା ପାଇଁ ଆହ୍ୱାନ ଦେଇଥିଲେ । ଜିରାଳ ଉଚ୍ଚ ବିଦ୍ୟାଳୟର ସ୍କାଉଟ୍ ମାଷ୍ଟର ବିପିନ୍ ବିହାରୀ ସାହୁ ମଞ୍ଚ ପରିଚାଳନା ଓ ଜିଲ୍ଲା ତାଲିମ୍ କମିଶନର ନରେଶ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

twenty + four =