ପୌରାଞ୍ଚଳ ୮ନଂ ୱାର୍ଡ ବସ୍ତିବାସୀନ୍ଦା ସାଂସଦଙ୍କୁ ମସସ୍ୟା ଜଣାଇଲେ !

ଢେଙ୍କାନାଳ : ପୌରାଞ୍ଚଳର ମହିଷାପାଟ ୮ନଂ ୱାର୍ଡ ରେଙ୍ଗାଲି କଲୋନୀ ନୂଆସାହିର ବସ୍ତିବାସୀନ୍ଦା ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ତାଙ୍କ ଗୁହାରୀ ଜଣାଇଛନ୍ତି ।

ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ପରିବାର ସମ୍ପୃକ୍ତ ଅଞ୍ଚଳରେ ଦୀର୍ଘଦିନ ହେବ ରହିଆସୁଛନ୍ତି । ଏପରିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ସେମାନେ ଗୃହ ନିର୍ମାଣ କରିସାରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ବସ୍ତିବାସୀନ୍ଦା ଦିନମଜୁରିଆ ଓ ଖଟିଖିଆ ହୋଇଥିବାରୁ ଚାଳକୁଡିଆ ଓ ଆଜବେଷ୍ଟ ଘର ମଧ୍ୟ କରି ରହିଛନ୍ତି । ବସ୍ତିବାସୀନ୍ଦା ବିଭିନ୍ନ ସରକାରୀ ଯୋଜନା ଏବଂ ଜାଗା ମିଶନ ମାଧ୍ୟମରେ ସରକାରୀ ଅର୍ଥ ଖର୍ଚ୍ଚ ହୋଇ କଂକ୍ରିଟ୍ ରାସ୍ତା, କମ୍ୟୁନିଟି ସେଣ୍ଟର, ପିଇବା ପାଣି ନିମନ୍ତେ ବୋର୍ ୱେଲ୍ ଓ ନଳକୂପ ମାଧ୍ୟମରେ ଜଳଯୋଗାଣ, ବିଦ୍ୟୁତ୍ ଯୋଗାଣ, ଖେଳିବା ନିମନ୍ତେ ପାର୍କ ଏବଂ ସରକାରୀ ଅର୍ଥରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଗୃହ ନିର୍ମାଣ ବ୍ୟତୀତ ଅନ୍ୟାନ୍ୟ ସରକାରୀ ଯୋଜନାରେ ବସ୍ତିଟି ନିର୍ମାଣ ହୋଇଅଛି ।

ଉକ୍ତ ବସ୍ତିରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବସତି ସ୍ଥାପନ କରି ଆସୁଛନ୍ତି । ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ବସ୍ତିବାସୀନ୍ଦାଙ୍କୁ ଉଚ୍ଛେଦ କରାଯାଇ ସେଠାରେ ନୂତନ ଯୋଜନା କରାଯିବା ପାଇଁ ସ୍ଥିର ହୋଇଥିବାରୁ ଏହାକୁ ବିରୋଧ କରି ସେମାନେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କଲା ନାହିଁ । ଏ ସଂପର୍କରେ ବସ୍ତିବାସୀନ୍ଦାମାନେ ସାଂସଦ ଶ୍ରୀ ସାହୁଙ୍କୁ ସାକ୍ଷାତ କରି ସେମାନଙ୍କ ଅଭିଯୋଗ ଜଣାଇବା ସହିତ ସ୍ଥାୟୀ ପଟ୍ଟା ପ୍ରଦାନ ନିମନ୍ତେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ସଂପର୍କରେ ସାଂସଦ ଶ୍ରୀ ସାହୁ ସଂପୃକ୍ତ ବସ୍ତିବାସୀନ୍ଦାଙ୍କୁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି କିପରି ବ୍ୟବସ୍ଥା କରାଯାଇପାରିବ ତାହା ଜଣାଇବେ ।

Leave A Reply

Your email address will not be published.

14 + five =