ହିନ୍ଦୋଳ ଉପଖଣ୍ଡ ସାମ୍ଵାଦିକ ସଂଘର ବୈଠକ ଅନୁଷ୍ଠିତ !

ଢେଙ୍କାନାଳ: ହିନ୍ଦୋଳ ଉପଖଣ୍ଡଠାରେ ହିନ୍ଦୋଳ ଉପଖଣ୍ଡ ସାମ୍ଵାଦିକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି ।

ସେଥିରେ ହିନ୍ଦୋଳ ଚିକିତ୍ସାଳୟରେ ଡାକ୍ତର ଅଭାବ ନେଇ ଉପୁଜୁଥିବା ସମସ୍ୟା ଦୂରିକରଣ ପାଇଁ ବିଶେଷ ଆଲୋଚନା ହୋଇଥିଲା । ସଭାରେ ସଂଘର ସଭାପତି ଶତୃଘ୍ନ ନନ୍ଦ, ସମ୍ପାଦକ ସଂଗ୍ରାମ ବେହେରା,ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ସୁଶାନ୍ତ ସାହୁ,ଶ୍ରୀକାନ୍ତ ବେହେରା ଏବଂ ଅନ୍ୟମାନଙ୍କ ମଧ୍ୟରେ ନୂତନ ସଦସ୍ୟ ପ୍ରିୟଦର୍ଶନ ଆଚାର୍ଯ୍ୟ,ସୁମନ୍ତ ବେହେରା , କିଶୋର ପାଳ,ଧବଳ ସାହୁ,ରଜିବୁଲ୍ଲା ଖାଁ,ସଞୟ ବିଶ୍ଵାଳ ଓ ନୀରୋଜ ପାଳ ପ୍ରମୂଖ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ଆଦର୍ଶ ସାମ୍ବାଦିକମାନେ ହିନ୍ଦୋଳ ଉନ୍ନତି ଦିଗରେ କାମ ଚଳାଇଥିବା ଏବଂ ଆଗକୁ ଏମିତି ଆଦର୍ଶରେ କାମ ଚାଲୁ ରହିବ ବୋଲି ମତ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

20 − 13 =