ଭୁବନ ; ସାପ କାମୁଡା ରେ ଦୁଇ ଯୁବକ ଗୁରୁତର !

ଢେଙ୍କାନାଳ : ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ପଂଚାୟତ ର ପଳାଶ ପିଠିଆଗୋଡ଼ା ଗ୍ରାମରକେଶବ ଦେହୁରୀଙ୍କ ପୁଅ ପାଣ୍ଡବ ଦେହୁରୀ(୪୦) ନାଳ କୁଳ ର ବିଲରେ ସାର ପକାଉଥିବା ସମୟରେ ସାପ କାମୁଡ଼ି ଦେଇଥିବା ସେ ଆଶଙ୍କା କରୁଛନ୍ତି l ସେ ଚାଲି ଚାଲି ଫେରୁଥିବା ବେଳେ ରାସ୍ତାରେ ଅଚେତ ପଡି ଯାଇଥିଲେ ।

ଶୌଚ ହେବାକୁ ଯାଉଥିବା ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଭୂବନ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିଲା l ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ୧୦୮ ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯାଇଥିଲା l ଡାକ୍ତରଙ୍କ ସୂଚନା ଅନୁଯାଇ ରୋଗୀର ଅବସ୍ଥା ସଂକଟାପନ୍ନ ରହିଛି ବୋଲି କହିଥିଲେ ଡାକ୍ତର ସୋମ୍ୟରଞ୍ଜନ ପୃଷ୍ଟି । ସେହିପରି କୁନିନ୍ଦା ଗ୍ରାମର ଚନ୍ଦ୍ରମଣି ପାତ୍ର (୪୫)ଙ୍କୁ ମଧ୍ୟ ସାପ କାମୁଡି ବାରୁ ଢେଙ୍କାନାଳ ସ୍ଥାନାନ୍ତର କରାଯାଇଛି ॥

Leave A Reply

Your email address will not be published.

2 × 1 =