ଢେଙ୍କାନାଳ : ଜିଲ୍ଲା ବ୍ୟାଡ଼ମିଟନ ଆସୋସିଏସନ ଢେଙ୍କାନାଳ ଆନୁକୂଲ୍ୟରେ ଚଳିତ ଅଗଷ୍ଟ ମାସ ଆସନ୍ତା ୨୯ତାରିଖରୁ ଜିଲ୍ଲାସ୍ତରୀୟ ବ୍ୟାଡ଼ମିଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି ।
ଢେଙ୍କାନାଳ ଇନଣ୍ଡୋର ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୨୯ରୁ ୩ଦିନ ବ୍ୟାପି ଅନୁଷ୍ଠିତ ହେବ । ତେବେ ଟୁର୍ଣ୍ଣାମେଣ୍ଟ ରେ ଅଂଶ ଗ୍ରହଣ କରିଥିବା ସମସ୍ତ ବର୍ଗ ମ୍ୟାଚର ଫାଇନାଲ ମ୍ୟାଚ ଅନ୍ତିମ ଦିବସ ତଥା ଆସନ୍ତା ୩୧ତାରିଖ ଅପରାହ୍ଣରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ବ୍ୟାଡ଼ମିଟନ ଆସୋସିଏସନ ଢେଙ୍କାନାଳ ପକ୍ଷରୁ ସାଧାରଣ ସମ୍ପାଦକ ଟଙ୍କଧର ବେହେରା ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।
ସୂଚନା ଥାଉକି, ଢେଙ୍କାନାଳ ଜିଲ୍ଲାର ଲୁକାୟିତ ବ୍ୟାଡ଼ମିଟନ ପ୍ରତିଭା ମାନଙ୍କୁ ପ୍ରଶିକ୍ଷଣ ହେଉ ବା ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ହେଉ ରାଜ୍ୟସ୍ତରରେ ଏକ ପ୍ରତିଭାବାନ ଖେକାଳୀ ଭାବେ ଲୋକ ଲୋଚନକୁ ଆଣିବାରେ ଜିଲ୍ଲା ବ୍ୟାଡ଼ମିଟନ ଆସୋସିଏସନ ଢେଙ୍କାନାଳ ଉଦ୍ୟମ ଅବ୍ୟାହତ ରଖିଛି । ଫଳରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲା ବ୍ୟାଡ଼ମିଟନ ଆସୋସିଏସନ ଏହି ଷଷ୍ଠ ଜିଲ୍ଲା ସ୍ତରୀୟ ବ୍ୟାଡମିଟନ ଟୁର୍ଣ୍ଣାମେଂଟ୍ର ଆୟୋଜନ କରୁଛି ।
ଚଳିତ ଅଗଷ୍ଟ ମାସର ଆସନ୍ତା ୨୯,୩୦ ଓ ୩୧ତାରିଖ ତିନିଦିନ ବ୍ୟାପି ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟ ୯,୧୧,୧୩, ୧୫ ଓ ୧୭ବର୍ଷରୁ କମ ବୟସର ୫ଟି ବର୍ଗ ବୟସର ଉଭୟ ବାଳକ ଓ ବାଳିକା ପ୍ରତିଯୋଗୀ ମାନଙ୍କୁ ନେଇ ଏହି ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେବ । ଏଥିରେ ୯ ଓ ୧୧ ବର୍ଷରୁ କମ ବୟସ ବର୍ଗ ରେ କେବଳ ସିଙ୍ଗିଲସ ମ୍ୟାଚ ହେବାକୁ ଥିବାବେକେ ଅନ୍ୟ ସମସ୍ତ ବର୍ଗ ବୟସର ପ୍ରତିଯୋଗୀ ମାନଙ୍କର ଉଭୟ ସିଙ୍ଗିଲସ ଓ ଡ଼ବଲସ ମ୍ୟାଚ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦିନ ପ୍ରଥମ ପର୍ଯ୍ୟାୟ ପୂର୍ବାହ୍ନ ୭ଟାରୁ ଅପରାହ୍ନ ୧ଟା ଓ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ମ୍ୟାଚ କରାଯିବ ।
ତେବେ ଆସନ୍ତା ୨୯ତାରିଖ ଟୁର୍ଣ୍ଣାମେଣ୍ଟ ର ଉଦ୍ଘାଟନୀ ଦିବସ ଅର୍ଥାତ୍ ପ୍ରଥମ ଦିନ ପ୍ରଥମ ପର୍ଯ୍ୟାୟ ପୂର୍ବାହ୍ନ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୯ ଓ ୧୧ବର୍ଷରୁ କମ ବୟସ ଉଭୟ ବାଳକ ଓ ବାଳିକା ବର୍ଗ ରେ ସିଙ୍ଗିଲସ ମ୍ୟାଚ ଅନୁଷ୍ଠିତ ହେବ । ସେହିପରି ଏହି ପ୍ରଥମ ଦିନର ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ କେବଳ ବାଳିକା ବିଭାଗର ସିଙ୍ଗିଲସ ଓ ଡ଼ବଲସ ମ୍ୟାଚ କରାଯିବ । ୩୦ତାରିଖ ଦ୍ୱିତୀୟ ଦିବସରେ କେବଳ ବାଳକ ମାନଙ୍କୁ ନେଇ ପ୍ରଥମ ପର୍ଯ୍ୟାୟରେ ୧୩ ଓ ୧୫ବର୍ଷରୁ କମ ବାଳକ ସିଙ୍ଗିଲସ ହେବାକୁ ଥିବାବେଳେ ଏହି ଦିନ ଦ୍ୱିତୀୟ ପର୍ଯ୍ୟାୟରେ ୧୭ବର୍ଷରୁ କମ ବାଳକ ସିଙ୍ଗିଲସ, ୧୩ ଓ ୧୫ବର୍ଷରୁ କମ ବାଳକ ଡ଼ବଲସ ମ୍ୟାଚ କରାଯିବ ।
ତେବେ ଅନ୍ତିମ ଦିବସ ୩୧ ତାରିଖ ଅର୍ଥାତ ତୃତୀୟ ଦିନ ପ୍ରଥମ ପର୍ଯ୍ୟାୟରେ ୧୩,୧୫ ଓ ୧୭ ବର୍ଷରୁ କମ ବାଳକ ବିଭାଗର ଉଭୟ ସିଙ୍ଗିଲସ ଓ ଡ଼ବଲସ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି । ଅପରପକ୍ଷରେ ଟୁର୍ଣ୍ଣାମେଂଟର ଉଦ୍ଜାପନୀ ଦିବସ ଅର୍ଥାତ ସେହି ୩୧ତାରିଖର ଦ୍ୱିତୀୟ ପର୍ଯ୍ୟାୟରେ ସମସ୍ତ ବର୍ଗର ର ଫାଇନାଲ ମ୍ୟାଚ ଅପରାହ୍ନ ୩ଟା ରୁ ରାତି ୯ତା ପର୍ଯ୍ୟନ୍ତ କରାଯିବ । ପରିଶେଷରେ ରାତି ୯ଟା ରେ ଟୁର୍ଣ୍ଣାମେଣ୍ଟ ର ଉଦ୍ଯାପନ ସମାରୋହ ଅବସରରେ ବଂଧୁମିଲନ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ବ୍ୟାଡମିଟନ ଆସୋସିଏସନ ଢେଙ୍କାନାର ସଭାପତି ତଥା ଟୁର୍ଣ୍ଣାମେଣ୍ଟ କମିଟିର ଅଧ୍ୟକ୍ଷ ମଳୟ ପଟ୍ଟନାୟକ ସୂଚନା ଦେଇଛନ୍ତି ।