ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଏକ ତାଲିମ ଶିବିର ଅନୁଷ୍ଠିତ !

ଢେଙ୍କାନାଳ : ଆଇନସେବା ପ୍ରାଧିକରଣ ପକ୍ଷରୁ ପ୍ୟାନେଲ ଲୟରଙ୍କୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।

ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଓ ଦୌରାଜଜ୍‌ ସତ୍ୟପୀର ମିଶ୍ରଙ୍କ ନିର୍ଦେଶ କ୍ରମେ ଆୟୋଜିତ ଏହି ଶିବିରରେ ସଚିବ ମମିତା ସାହୁ ଯୋଗଦେଇ ସୁପ୍ରିମ୍‌କୋର୍ଟଙ୍କ ଗିରଫ ଆଇନ ଏବଂ ବିଭିନ୍ନ ଚୂଡ଼ାନ୍ତ ରାୟ ସର୍ମ୍ପକରେ ଅବଗତ କରାଇଥିଲେ। ଏଥିସହ ପ୍ୟାନେଲ ଲୟରଙ୍କ କାର୍ଯ୍ୟ, ବିଭିନ୍ନ ସମସ୍ୟାର ସମାଧାନ କିପରି ହୋଇପାରିବ ସେ ନେଇ ଆଲୋକପାତ କରିଥିଲେ। ବରିଷ୍ଠ ଆଇନଜୀବୀ ଦୀପ୍ତୀଶ ପ୍ରସାଦ ପଟ୍ଟନାୟକ ଫୌଜଦାରି ଓ ଦେୱାନୀ ଆଇନ ବିଷୟରେ ଆଲୋଚନା କରିଥିଲେ। ପ୍ୟାନେଲ ଲୟର ବିଧୁଭୂଷଣ ସାହୁ, ସଜିତ ସାହୁ, ହରେକୃଷ୍ଣ ଦାସ, ମାନସୀ ମହାପାତ୍ର ପ୍ରମୁଖଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.

twelve + 13 =