ଢେଙ୍କାନାଳ ବିଜେପିର ପ୍ରଧାନମାନ୍ତ୍ରୀ ମନ୍ କି ବାତ୍ କର୍ମଶାଳା !

ଢେଙ୍କାନାଳ : ଜିଲ୍ଲା ବିଜେପି ଆଜି ସ୍ଥାନୀୟ ଜିଲ୍ଲା କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କର୍ମଶାଳା ଆୟୋଜନ କରିଥିଲା ।

ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ରାଜ୍ୟ ମନ୍ କି ବାତ୍ ସଂଯୋଜକ ରମା ରଞ୍ଜନ ବଳିଆରସିଂ ମୁଖ୍ୟ ଅତିଥି, ରାଜ୍ୟ ସମ୍ପାଦକ ତଥା ଢେଙ୍କାନାଳ ଲୋକସଭା ପ୍ରଭାରୀ ସିମାଞ୍ଚଳ ଖଟେଇ ଓ ରାଜ୍ୟ ଆଇ.ଟି. ସେଲ୍ ସଂଯୋଜକ ସ୍ୱୟଂ ପ୍ରକାଶ ବରାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଜନସାଧାରଣଙ୍କୁ ଯୋଡିବା ପାଇଁ ପ୍ରତ୍ୟେକ ବୁଥ୍ ସ୍ତରରେ ଏହାର ଆୟୋଜନ କରିବା ପାଇଁ କାର୍ଯ୍ୟକର୍ତ୍ତା ଙ୍କୁ ଆହ୍ୱାନ ଦେଇଥିଲେ ।

ଏଥିପାଇଁ ପ୍ରତ୍ୟେକ ମଣ୍ଡଳରେ ଜଣେ ଲେଖାଏଁ ସଂଯୋଜକ ମନୋନିତ କରାଯାଇଥିଲା । ଜିଲ୍ଲା ମନ୍ କି ବାତ୍ ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ରାସବିହାରୀ ବେହେରା ଉକ୍ତ କର୍ମଶାଳାକୁ ପରିଚାଳନା କରିଥିଲେ । ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ଶତୃଘନ ଜେନା, ନିରୋଜ ନଳିନୀ ମହାଳିକ, ଢେଙ୍କାନାଳ- ଅନୁଗୁଳ ଜିଲ୍ଲା ସଂଯୋଜକ ପ୍ରେମାନନ୍ଦ ଜେନା ପ୍ରମୁଖ ମଂଚାସୀନ ଥାଇ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଉପଯୋଗିତା ଓ ଜନମାନସ ଉପରେ ତା’ର ପ୍ରଭାବ ଉପରେ ଆଲୋକପାତ କରିଥିଲେ ।

ଏହି କର୍ମଶାଳାରେ ପୂର୍ବତନ ନଗରପାଳ ତଥା ସାଧାରଣ ସଂପାଦକ ସୁନିଲ୍ ଶର୍ମା, ଜିଲ୍ଲା ମିଡିଆ ସେଲ୍ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା ଉପସଭାପତି ବିଷ୍ଣୁ ପ୍ରସାଦ ଲେଙ୍କା, ମାତୃପ୍ରସାଦ ନନ୍ଦ, ସନାତନ ବେହେରା, ଇତିଶ୍ରୀ ସାହୁ, ସାଧାରଣ ସଂପାଦକ ସୁନିଲ୍ ଶର୍ମା, ଜିଲ୍ଲା ସମ୍ପାଦିକା ଯଶ୍ୱସିନୀ ରାଉତ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜିବ ମହାପାତ୍ର, ବରିଷ୍ଠ ନେତା ପବିତ୍ର କୁମାର ବିଶ୍ୱାଳ, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ, ଜିଲ୍ଲା ମହିଳାମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପ୍ରଧାନ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି, ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶେକ୍ ସଲ୍ଲାଉଦ୍ଦିନ୍‌, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ରଞ୍ଜନ ଭୂୟାଁ, ଅଞ୍ଜନ ପାଣି, ଜିଲ୍ଲା ଆଇ.ଟି. ସେଲ୍ ପ୍ରଭାରୀ ରମ୍ୟରଞ୍ଜନ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦିକା ସସ୍ମିତା ସାମଲ, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ସମସ୍ତ ଜିଲ୍ଲା ପଦାଧିକାରୀ, ସମସ୍ତ ମଣ୍ଡଳ ସଭାପତି, ସାଧାରଣ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲା ସାଧାରଣ ସମ୍ପାଦକ ସୁନିଲ୍ ଶର୍ମା ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

thirteen + seven =