ମଧ୍ୟାହ୍ନଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଘଟଣାର ନେଇ ଭାଜପା ର ଏକ ପ୍ରତିନିଧି ମଣ୍ଡଳୀ ଗ୍ରାମରେ !

ଢେଙ୍କାନାଳ : କାମାକ୍ଷାନଗର ବ୍ଲକ ସୋଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋକରା ସୋୟାବଡ଼ି ମିଶା ମଧ୍ୟାହ୍ନଭୋଜନ ଖାଇ ୮୫ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ।

ଏ ନେଇ ଭାଜପାର ଏକ ପ୍ରତିନିଧି ମଣ୍ଡଳୀ ଗ୍ରାମରେ ପହଞ୍ଚି ସତ୍ୟାସତ୍ୟ ଅନୁସନ୍ଧାନ କରିଛନ୍ତି । ଦଳୀୟ ନେତା ଜଗବନ୍ଧୁପୃଷ୍ଟି, ମଣ୍ଡଳ ସଭାପତି ପ୍ରସାଦ ସେଠୀ, ଗୋପାଳସାହୁ ପ୍ରମୁଖ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଚିନ୍ମୟ ସାମଲଙ୍କ ସହ ଏ ବିଷୟରେ ଆଲୋଚନା କରିଛନ୍ତି ।

ଏଥି ସହିତ ଗୁରୁତର ହୋଇପଡ଼ିଥିବା ଛାତ୍ରୀ ବିଷ୍ଣୁପ୍ରିୟା ଭୂତିଆ, ସ୍କୁଲ କମିଟି ସଭାପତି ଗଦାଧର ସାହୁ, ଅନ୍ୟ ଛାତ୍ରୀଛାତ୍ର ଏବଂ ସେମାନଙ୍କ ଅଭିଭାବକଙ୍କ ସହ ସାକ୍ଷାତ୍‌ କରି କେଉଁ ପରିସ୍ଥିତିରେ ଏଭଳିଘଟଣା ଘଟିଲା ତାହାର ଅନୁସନ୍ଧାନ କରିଛନ୍ତି । ନିମ୍ନମାନର ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଉଥିବା ନେଇ ପୂର୍ବରୁ ପ୍ରଧାନ ଶିକ୍ଷୟିତ୍ରୀ ପରିଚାଳନା କମିଟିସଦସ୍ୟ, ସରପଞ୍ଚ, ଜିଲା ପ୍ରଶାସନକୁ ଅବଗତ କରାଇଥିଲେ। ତଥାପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଏଭଳି ଅପ୍ରୀତକରି ଘଟଣା ଘଟିଥିବା ଭାଜପା ନେତୃବୃନ୍ଦ କହିଛନ୍ତି । ଏଭଳି ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ଏବଂ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଉପଜଲାପାଳଙ୍କୁ ଦାବି କରିଛନ୍ତି ।

ଅନ୍ୟପଟେ ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ ଗ୍ରାମରେ ପହଞ୍ଚି ଛାତ୍ରୀଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିବାବେଳେ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁଏହାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ଭାରପ୍ରାପ୍ତ ବିଇଓ ଜଗବନ୍ଧୁ ଜେନା, ମଧ୍ୟାହ୍ନଭୋଜନ ତଦାରଖ ଦାୟିତ୍ୱରେ ଥିବା ଏବିଇଓ ଗଣେଶ୍ୱର ବେହେରା ଛାତ୍ରୀଛାତ୍ର ଏବଂ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି ।
ଏଭଳି ଅବ୍ୟବସ୍ଥା ପାଇଁ ମଧ୍ୟାହ୍ନଭୋଜନ ପରିଚାଳନା ଦାୟିତ୍ୱରେ ଥିବା ମହିମା ମା’ ହରଗୌରୀ ସ୍ୱୟଂ ସହାୟକା ଗୋଷ୍ଠୀକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଛାତ୍ରୀଛାତ୍ରଙ୍କୁ ନିମ୍ନମାନର ଖାଦ୍ୟ ଯୋଗାଣ ହେଉଥିବାବେଳେ ଏ ଦିଗରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।ଏହାକୁ ନେଇ ଗ୍ରାମବାସୀ ଶିକ୍ଷା ବିଭାଗ ଅଧିକାରୀଙ୍କୁ ଘେରି ବା ସହିତ ଘଟଣାସ୍ଥଳରେ ଚାପା ଉତେ୍ତଜନା ପ୍ରକାଶ
ପାଇଥିଲା।

Leave A Reply

Your email address will not be published.

two × 5 =