ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟକଳାପ ଉପରେ ବର୍ଷିଲେ ଜନପ୍ରତିନିଧି !

ଢ଼େଙ୍କାନାଳ ଜିଲ୍ଲ କାର୍ଯ୍ୟାଳୟ ସଦଭାବନା ଗୃହରେ ଅପରାହ୍ନରେ ଅନୁଷ୍ଠିତ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଶେଷ ହେବା ପରେ ଜନ ପ୍ରତିନିଧି ମାନେ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଘେରିବା ସହ ତାଙ୍କ ବିରୋଧରେ ଜିଲାପାଳଙ୍କୁ ବିଷୋଦଗାର୍‌ କରିଥିଲେ।

ଜିଲା ଶିକ୍ଷା ବିଭାଗର କାର୍ୟାଳୟ ଶିକ୍ଷକ ବଦଳିରେ ବ୍ୟାପକ ଅନିୟମିତା ହେଉଛି। ଜିଲ୍ଲା ଶିକ୍ଷାଧିକାରୀ ମଧ୍ୟ ମନ୍ତ୍ରୀ, ବିଧାୟକଙ୍କ କୌଣସି ଗଠନମୂଳକ ପ୍ରସ୍ତାବ ଗ୍ରହଣ କରୁନାହାନ୍ତି। ନିର୍ବାଚିତ ପ୍ରତିନିଧଙ୍କୁ ବେଖାତିର କରୁଛନ୍ତି। ଏଭଳି ଅନେକ ଅଭିଯୋଗ ନେଇ ଜିଲ୍ଲା ଶିକ୍ଷାଧିକାରୀ ବେଦିତା ପାଣିଙ୍କ ଉପରେ ବର୍ଷିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ବିଧାୟକ ସୁଧୀର କୁମାର ସାମଲ, ଡା. ନୃସିଂହ ଚରଣ ସାହୁ, ବିଧାୟିକା ସୀମାରାଣୀ ନାୟକ।

ଜନପ୍ରତିନିଧି ଙ୍କ ଅଭିଯୋଗ ଅନୁଯାୟୀ, ଜିଲ୍ଲାର ବିଭିନ୍ନ୍କ ସ୍କୁଲ ଶିକ୍ଷକ ପଦବୀ ଖାଲିପଡ଼ିଛି। ସେଠାରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉନାହିଁ। ଆବଶ୍ୟକ ନ ଥିବା ସ୍ଥାନକୁ ଶିକ୍ଷକଙ୍କୁ ବଦଳି କରାଯାଉଛି। କାହା ସ୍ୱାର୍ଥରେ ଏପରି କରାଯାଉଛି , ତାହା ତଦନ୍ତ ସାପେକ୍ଷ। ସେହିପରି ଜିଲ୍ଲା ଶିକ୍ଷାଧିକାରୀ ମନମୁଖୀ କାର୍ଯ୍ୟ ଚଳାଇଛନ୍ତି। ଶିକ୍ଷା ବିଭାଗରେ
ବ୍ୟାପକ ଅବ୍ୟବସ୍ଥା ଲାଗିରହିଛି। ଦୁଇ ଜଣ କିରାଣି ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ କବଜା କରି ରଖଛନ୍ତି। ଉଭୟ କିରାଣିଙ୍କ ବିରୋଧରେ ଅଭିଯୋଗ ତାଲିକା ଲମ୍ବିବାରେ ଲାଗିଛି। ଏ ନେଇ ମନ୍ତ୍ରୀ ଓ ବିଧାୟକମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ ଦୁଇ କିରାଣିଙ୍କୁ ତୁରନ୍ତ କାର୍ଯ୍ୟାଳୟରୁ ହଟାଇବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।

ଜନପ୍ରତିନିଧି ଙ୍କ ଏଭଳି ପ୍ରଶ୍ନ ବାଣରୁ ବର୍ତ୍ତିବା ଲାଗି ଜିଲ୍ଲା ଶିକ୍ଷାଧିକାରୀ ପାଣି ସ୍ପଷ୍ଟୀକରଣ ଦେଇଥିଲେ। ସେ ଏଭଳି କାର୍ଯ୍ୟ କରିନଥିବା କହିଥିଲେ। ପରିସ୍ଥିତି ଜଟିଳ ଆଡ଼କୁ ଗତି କରୁଥିବା ଦେଖି ଜିଲ୍ଲପାଳ ସରୋଜୁ କୁମାର ସେଠୀ ଏଥିରେ ହସ୍ତେକ୍ଷେପ କରିଥିଲେ।

ଜିଲ୍ଲାର ମନ୍ତ୍ରୀ ଏବଂ ବିଧାୟକଙ୍କ ଉପସ୍ଥିତିରେ ଜିଲ୍ଲ କାର୍ଯ୍ୟାଳୟରେ ଶିକ୍ଷା ବିଭାଗର ଏକ ବୈଠକ ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବ। ସେଠାରେ ତାଲିକା ପ୍ରସ୍ତୁତ କରାଯାଇ ନିୟମ ଅନୁଯାୟୀ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା କରାଯିବ ବୋଲି ଜିଲ୍ଲପାଳ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି। ବିଭିନ୍ନ ସମୟରେ ଅଜବ ନିଷ୍ପତ୍ତି ପାଇଁ ଜିଲା ଶିକ୍ଷାଧିକାରୀ ଶିରୋନାମାରେ ରହୁଥିବାବେଳେ ଏହିଘଟଣା ବେଶ୍‌ ଆଲୋଚନାର ବିଷୟ ପାଲଟିଛି ।

Leave A Reply

Your email address will not be published.

nineteen + ten =