ଶିଳ୍ପାନୁଷ୍ଠାନର ସାମାଜିକ ଦାୟିତ୍ଵ ବୋଧତାର ସମୀକ୍ଷା ବୈଠକ !

ଢ଼େଙ୍କାନାଳ : କାର୍ଯ୍ୟାଳୟ ସଦଭାବନା ଗୃହରେ ଅପରାହ୍ନରେ ଜିଲ୍ଲାର ଶିଳ୍ପାନୁଷ୍ଠାନ ସମୁହିକ ନେଇ ପ୍ରଶାସନ ପକ୍ଷରୁ ସାମାଜିକ ଦାୟିତ୍ୱ ବୋଧ ଓ ସହରାଞ୍ଚଳ ବିକାଶ ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଥଲା।

ଜିଲ୍ଲାପଳ ରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନାରେ ଭାଗନେଇ ମନ୍ତ୍ରୀ କହିଲେ , ଶିଳ୍ପାନଷ୍ଠାନୁ ଥିବା ଅଞ୍ଚଳରେ ଆଖି ଦୃଷ୍ଟିଆ ବିକାଶ ହେବା ଜରୁରୀ। ବର୍ଷକ ତଳେ ହୋଇଥିବା ବୈଠକରେ ଏଥିଲାଗିଏକାଧିକ ନିଷ୍ପତ୍ତି ନିଆଯାଇଥିଲା। ହେଲେ ତଦନୁଯାୟୀ କୌଣସିକାମ ହୋଇ ନାହିଁ ବୋଲିମନ୍ତ୍ରୀ କ୍ଷୋଭବ୍ୟକ୍ତ କରିଥିଲେ। ଶିଳ୍ପବହୁଳ ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟର ସେହିଭଳି ବିକାଶ ହେଉ ନ ଥିବା ପରଜଙ୍ଗ ବିଧାୟକ ଦୃଷ୍ଟି
ଆକର୍ଷଣ କରିଥିଲେ।

ଓଡ଼ାପଡ଼ା ବ୍ଲକରେ ଗଢ଼ିଉଠିଥିବା ଶିଳ୍ପାନୁଷ୍ଠାନର ବର୍ଜ୍ୟ ବ୍ରାହ୍ମଣୀକୁ ପ୍ରଦୂଷିତ କରୁଛି। ପ୍ରଦଷଣୂ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥଲେ ମଧ୍ୟ ପଦକ୍ଷେପ ନିଆଯାଉନାହିଁ। ଶିଳ୍ପସଂସ୍ଥା ଉପରୁ ଲୋକଙ୍କ ଭରସା ତୁଟିଲାଣି ବୋଲି ଢେଙ୍କାନାଳ ବିଧାୟକ କହିଥିଲେ। ଶିଳ୍ପାନୁଷ୍ଠାନ ଦ୍ୱାରା ପ୍ରଭାବିତ ହୋଇଥିବା ଜମହରା ଓ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତିରେ ଅଗ୍ରାଧିକାର , ଜିଲାର ୩ ଏନଏସ୍‌ , ଢେଙ୍କାନାଳ ପୌରାଞ୍ଚଳକୁ ଫୋକସରେ୍‌ ରଖି ସିଏସ ଆର୍‌ କାଯ୍ୟକ୍ରମ ପ୍ରସ୍ତୁତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ବିଧାୟିକା କହିଲେ , ସିଏସ ଆର୍‌ କାଯ୍ୟକ୍ରମ ସମ୍ପର୍କିତ ଲୋକେ ଜାଣିପାରୁ ନାହାଁନ୍ତି।

ହିନ୍ଦୋଳ ଓ ଓଡ଼ାପଡ଼ା ବ୍ଲକରେ କ’ଣ ବିକାଶମୂଳକ କାର୍ଯ୍ୟ ହୋଇଛି, ତାହା କମ୍ପାନୀଗୁଡ଼ିକ ସ୍ପଷ୍ଟ କରନ୍ତୁ ବୋଲି ସେ କହିଥିଲେ ସାମାଜିକ ଦାୟିତ୍ୱବୋଧ ଏବଂ ପାରିପାର୍ଶ୍ୱିକ ଉନ୍ନୟନରେ ଟାଟା ଷ୍ଟିଲ୍‌ ମେରାମଣ୍ଡଳୀ, ନବ କମ୍ପାନୀ ଲିମିଟେଡ, ଉତ୍କଳ ଆଜବେଷ୍ଟସ ଲିମିଟେଡ୍‌ର କାର୍ଯ୍ୟ
ସନ୍ତୋଷ ଜନକ ବୋଲି ମତ ପ୍ରକାଶ ପାଇଥିଲା। ଏଣିକି କମ୍ପାନୀ କତ୍ତୃପକ୍ଷ ନିଜ ଅଞ୍ଚଳର ବିଧାୟକଙ୍କୁ ସେମାନେ କରୁଥିବା କାମ ବିଷୟରେ ଜଣାଇବେ ବୋଲି ସହମତି ପ୍ରକାଶ କରିଛନ୍ତି ।

ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ କହଲେ , ପୌରସଂସ୍ଥା ପକ୍ଷରୁ ମହିଷାପାଟ ଠାରେ ମଳପଙ୍କ ପରିଚାଳନା କେନ୍ଦ୍ର ପାଇଲଟ ପ୍ରୋଜେକ୍ଟ ଜାତୀୟସ୍ତରରେ ପ୍ରଶଂସିତ ହୋଇଛି। ୧୫ଟି ଦେଶର ପ୍ରତିନିଧି ଏଠାକୁ ପରିଦର୍ଶନ ଲାଗି ଆସିଛନ୍ତି। ଏସଏଚ୍‌ଜି ପରିଚାଳନା କରୁଥିବା ଏହି କେନ୍ଦ୍ରରୁ ଗତବର୍ଷ ୮୦ଲକ୍ଷ ଟଙ୍କା ଲାଭ ହୋଇଥଲା। ସେହିପରି ଏସଏଚ୍‌ ଜି ଦ୍ୱାରା ପ୍ରତିଷ୍ଠିତ ଅାଚାର ଉଦେ୍ୟାଗରୁ ୫୮ ଆହାର କେନ୍ଦ୍ରକୁ ଆଚାର ଯୋଗାଣ କରାଯାଉଥିବା ସେ ସୂଚନା ଦେଇଛନ୍ତି। ଚିକିତ୍ସାର ଗୁଣାତ୍ମକ ମାନବୃଦ୍ଧିଲାଗି୪ଟି
ଡାଏଲିସିସ୍‌ ୟୁନିଟ୍‌ କରିବା ପାଇଁଟାଟା ଷ୍ଟିଲ୍‌କୁ ପ୍ରସ୍ତାବ ଦିଆଯାଇଛି। ଢେଙ୍କାନାଳ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟରର ବକେୟା ଉନ୍ନତୀକରଣ କାର୍ଯ୍ୟ କରିବାକୁ ରୁଙ୍ଗ୍‌ଟା କମ୍ପାନୀକୁ କୁହାଯାଇଛି। ଢେଙ୍କାନାଳ ପୌରାଞ୍ଚଳର ୪ ପ୍ରବେଶ ଦ୍ୱାରରେ ୪ ଗେଟ, ରାସ୍ତାକଡ଼ ସୌନ୍ଦଯ୍ୟକରଣ , ଷ୍ଟାଡିୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପ୍ରତି ମୂର୍ତି ନିର୍ମାଣ କରାଯିବ ବୋଲି ଜିଲ୍ଲାପଳ କହିଛନ୍ତି ।

Leave A Reply

Your email address will not be published.

fifteen − five =