ଢ଼େଙ୍କାନାଳ : ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ବିଭାଗ ଚରୈବେତି ତରଫରୁ ଚଳିତ ମାସର ମାସିକ ସାହିତ୍ୟ ଆସର ସ୍ଥାନୀୟ ଦଧିବାମନ ମଠ ପରିସରରେ ର ପ୍ରମୁଖ ସୁଶିଲ କୁମାର ନନ୍ଦଙ୍କ ପୌରୋହିତ୍ୟ ଏବଂ ସହ ପ୍ରମୁଖ ବିବେକାନନ୍ଦ ଷଡ଼ଙ୍ଗୀ ଙ୍କ ସହିତ କବୟିତ୍ରୀ କାଦମ୍ବରୀ ମହାକୁଡ଼ ଙ୍କ ସଂଯୋଜନା ରେ ପ୍ରାୟ ୨୫ ଜଣ କବି /କବୟିତ୍ରୀ ଙ୍କ ସହାଭାଗିତା ରେ ଅନୁଷ୍ଠିତ ହୋଇଯାଇଛି |
ଉକ୍ତ ଆସର ଆରମ୍ଭ ପୂର୍ବ ରୁ କୁନି ସଦସ୍ୟା କୁମାରୀ ଅସ୍ମିତା ପଟ୍ଟନାୟକ ମନ୍ତ୍ର ପାଠ କରିଥିଲେ ତାପରେ ସଭା ରେ ଉପସ୍ଥିତ ଥିବା ବରିଷ୍ଠ କବି /କବୟିତ୍ରୀ ମାନଙ୍କୁ ଆଜି ର ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ ଫୋରମ ତରଫରୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । ଉକ୍ତ କବିତା ଆସର ରେ କବି ଲଳିତ ପଟ୍ଟନାୟକ, ରବୀନ୍ଦ୍ର ସାହୁ, ପ୍ରେମାନନ୍ଦ ରାଉତ, ସଂଯୁକ୍ତା ଶରଣ, ବୈଜୟନ୍ତୀ ପଟ୍ଟନାୟକ, ପ୍ରକାଶ ରାଉତ, ବୈକୁଣ୍ଠ ନାଥ ଦ୍ବିବେଦୀ, ଅବିନାଶ ପଟ୍ଟନାୟକ, ସନ୍ତୋଷୀ ସ୍ୱାଇଁ, ସସ୍ମିତା ମିଶ୍ର, କାଦମ୍ବରୀ ମହାକୁଡ଼, ବିବେକାନନ୍ଦ ଷଡ଼ଙ୍ଗୀ, ବିଶ୍ଵପ୍ରଜ୍ଞା ଷଡ଼ଙ୍ଗୀ, ସୋମେନ୍ଦୁ ଶତପଥୀ,ଅଖିଳ ସାହୁ, ସୁଶୀଲ କୁମାର ନନ୍ଦ,ଦେବ ପ୍ରସାଦ ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।
ଉକ୍ତ ସାହିତ୍ୟ ଆସରକୁ ସରସ ସୁନ୍ଦର କରିବା ପାଇଁ ଫୋରମ ର ଉପଦେଷ୍ଟା ଟଙ୍କଧର ବେହେରା ଏବଂ ବରିଷ୍ଠ ସଦସ୍ୟ ଦେବୀ ପ୍ରସନ୍ନ ପାଣୀ, ବିନୋଦ ମଲ୍ଲିକ, ବିଶ୍ୱଜିତ ବରାଳ, ସୟଦ ସଫର ଅଲ୍ଲୀ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ |
ଆସନ୍ତା ୧୧.୦୯.୨୦୨୨ ରେ ହେବାକୁ ଥିବା ଫୋରମ ର ବାର୍ଷିକ ଉତ୍ସବରେ ସମସ୍ତ କବି /କବୀ ବନ୍ଧୁ ମାନେ ଯୋଗ ଦେବା ପାଇଁ ଫୋରମ ର ସଭାପତି ସୋମେନ୍ଦୁ ଶତପଥୀ ଏବଂ ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତ ନିବେଦନ କରିଥିଲେ ।