ସୋଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଖାଇ ଛାତ୍ରୀଛାତ୍ର ଅସୁସ୍ଥ !

ଢେଙ୍କାନାଳ : କାମାକ୍ଷାନଗର ବ୍ଲକ ସୋଗର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଖାଇ ୭୫ରୁ ଊର୍ଦ୍ଧ୍ବ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି ।

ନିମ୍ନମାନ ର ସୋୟା ବଡି ପାଇଁ ଏଭଳି ସ୍ଥିତି ଉପୁଜିଥିବା ପ୍ରଧାନ ଶିକ୍ଷୟିତ୍ରୀ , ଅବିଭାବକ ଏବଂ ପିଲାମାନେ ଅଭିଯୋଗ କରିଛନ୍ତି । ଅସସ୍ଥଙ୍କୁ ସଂଖ୍ୟା ବଢୁଥିବାରୁ ଗ୍ରାମରେ ଡାକ୍ତରୀ ଦଳ ପହଞ୍ଚିଛନ୍ତି । ଚିକିତ୍ସା ପରେ ସମସ୍ତ ଛାତ୍ରୀଛାତ୍ର ବିପଦମୁକ୍ତ ଥିବା ଜଣାପଡ଼ିଛି।

ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପଢୁ ଥିବା ଛାତ୍ରଛାତ୍ରୀ ଙ୍କ ମଧ୍ୟାହ୍ନଭୋଜନ ପ୍ରସ୍ତୁତି ଓ ବିତରଣ ଦାୟିତ୍ୱ ମହିମା ମା’ ହରଗୌରୀ ସ୍ୱୟଂ ସହାୟକା ଗୋଷ୍ଠୀକୁ ଦିଆଯାଇଛି। ସେହିଦିନ ୨୬୪ ପିଲା ମଧ୍ୟାହ୍ନଭୋଜନ ଖାଇଥିଲେ। ଅପରାହ୍ନ ପ୍ରାୟ ୩ଟା ବେଳକୁସେମାନଙ୍କ ଶରୀରରେ ପାର୍ଶ୍ବ ପ୍ରତିକ୍ରିୟା ଆରମ୍ଭ ହୋଇଥିଲା। ପିଲାମାନଙ୍କ ମୁଣ୍ଡ ଘୂରାଇବା ସହ ବାନ୍ତି ହୋଇଥିଲା।

ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ରେ ୫୩ ଛାତ୍ରୀଛାତ୍ରଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ସୁସ୍ଥ ହେବା ପରେ ସମସ୍ତଙ୍କୁ ଘରକୁ ପଠାଇ ଦିଆଯାଇଛି। ସମୟକ୍ରମେ ଅସୁସ୍ଥ ଛାତ୍ରୀଛାତ୍ରଙ୍କ ସଂଖ୍ୟାରେ ବୃଦ୍ଧିଘଟିବାରୁ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀଦଳ ଗ୍ରାମରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ଏ ସଂକ୍ରାନ୍ତରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଚିନ୍ମୟ କୁମାର ସାମଲ କୁହନ୍ତି, ପିଲାମାନେ ଖାଇଥିବା ଖାଦ୍ୟ ବିଷାକ୍ତ କାରଣରୁ ଏଭଳି ସମସ୍ୟା ଉପୁଜିଥିବା
ଅନୁମାନ କରାଯାଉଛି।

ଗ୍ରାମରେ ଦୁଇ ଡାକ୍ତରଙ୍କ ସହ କର୍ମଚାରୀ ନିୟୋଜିତ ଅଛନ୍ତି। ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି ସେ କହିଛନ୍ତି । ମଧ୍ୟାହ୍ନଭୋଜନ ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ୍ୱର ବେହେରା କୁହନ୍ତି, ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଘଟଣାର ବିଧିବଦ୍ଧ ତଦନ୍ତ କରାଯିବ । ପ୍ରଧାନ ଶିକ୍ଷୟିତ୍ରୀ ଗୀତା ବେହେରା କୁହନ୍ତି, ମଧ୍ୟାହ୍ନଭୋଜନ ବଣ୍ଟନ ଦାୟିତ୍ୱ ନେଇଥିବା ମହିମା ମା’ ହରଗୌରୀ ସ୍ୱୟଂ ସସହାୟକ ଗୋଷ୍ଠୀ ପକ୍ଷରୁ ନିମ୍ନମାନର ଖାଦ୍ୟ ଦିଆଯାଉଛି।

ଏ ନେଇ ପୂର୍ବରୁ ସ୍କୁଲ ପରିଚାଳନା କମିଟିର ଦୃଷ୍ଟି ଆକର୍ଷଣ କରାଯାଇଛି। ଖାଦ୍ୟ ତାଲିକାରେ ଭାତ ସହ ସୋୟାବଡି ତରକାରି ଦେବାର ବ୍ୟବସ୍ଥା ଥିଲା। ହେଲେ ସୋୟାବଡିରୁ ପୋକ ବାହାରିବାରୁ ଏଭଳି ଅଘଟଣ ଘଟିଥିବା ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

10 − four =