ଜିଲ୍ଲାର ଏକ ମାତ୍ର ବୈଷୟିକ ଶିକ୍ଷା କେନ୍ଦ୍ରକୁ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ କୁ ଏନ.ବି.ଏ. ମାନ୍ୟତା ମିଳିଲା !

ଢ଼େଙ୍କାନାଳ : ଜିଲ୍ଲାର ଏକମାତ୍ର ବୈଷୟିକ ଶିକ୍ଷାକେନ୍ଦ୍ରକୁ ମିଳିଲା (ଏନ.ବି.ଏ.) ମାନ୍ୟତା। ଛାତ୍ର ଛ୍ରାତ୍ରୀ ଓ ଅଧ୍ୟାପକଙ୍କ ମହଲରେ ଖୁସିର ଲହରି।

ପରଜଙ୍ଗ ବ୍ଲକ ସରାଙ୍ଗ ସ୍ଥିତ ୧୭୬ପରିମିତ ଜମି ରେ ଅବସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ପ୍ରତିଷ୍ଠାନ (ଆଇ.ଜି.ଆଇ.ଟି )କୁ ମିଳିଲା ଜାତୀୟ ଗୁଣବତ୍ତା ନିରୀକ୍ଷଣ ସଂସ୍ଥା ର ମାନ୍ୟତା । ଏହି ମାନ୍ୟତା ପାଇଁ ପ୍ରତିଷ୍ଠାନ କୁ ଏନ.ବି.ଏ ର ଏକ ୧୩ ଜଣିଆ ଟିମ ୨୦.୦୩.୨୦୨୨ ତାରିଖରେ ପରିଦର୍ଶନରେ ଆସିଥିଲେ। ପ୍ରତିଷ୍ଠାନ ର ଭିତିଭୂମି ଅନୁସାଙ୍ଗିକ ବ୍ୟବସ୍ଥା ,ଅଧ୍ୟାପନା ର ଗୁଣବତ୍ତା, ନିଯୁକ୍ତି ଉପରେ ଅନୁଧ୍ୟାନ କରି ଏହି ମାନ୍ୟତା ଗତ ଅଗଷ୍ଟ ୮ତାରିଖ ରେ ୫ ଟି ବିଭାଗର ମିଳି ଥିବା ସୂଚନା ଦେଛନ୍ତି ପ୍ରତିଷ୍ଠାନ ର ନିର୍ଦେଶକ ପ୍ରଫେସର ଡ଼ଃ ସତ୍ୟବ୍ରତ ମହନ୍ତ ।

ଯାହାକି ତିନି ବର୍ଷ ପର୍ଯ୍ୟନ୍ତ ଏହି ମାନ୍ୟତା ବଳବତ ରହିବ |ତେବେ ଏହି ମାନ୍ୟତା ମିଳିବା ଫଳରେ କେନ୍ଦ୍ରୀୟ ଅନୁଦାନ ର ସହଯୋଗ, ପ୍ରତିଷ୍ଠାନ ଉର୍ନତିକରଣ, ନିଯୁକ୍ତି ସୁଯୋଗ ମିଳିବା ନେଇ ବେଶ ଖୁସି ଅଛନ୍ତି ଛାତ୍ରଛାତ୍ରୀ ଓ ଅଧ୍ୟାପକ । ତେବେ ପ୍ରତିଷ୍ଠାନ ର ସମସ୍ତ ଅଧ୍ୟାପକ, ଓ କର୍ମଚାରୀ ଙ୍କ ନିଷ୍ଠା ଓ ପରିଶ୍ରମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ମହନ୍ତ କହିଛନ୍ତି ।

Leave A Reply

Your email address will not be published.

three + 5 =