ଢେଙ୍କାନାଳ : ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲାର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛିl ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ପ୍ରେରଣା ଓ ଜ଼ିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଯାଇଛି l
କୋଭିଡ -୧୯ ଲକଡାଉନ ଭଳି ଏକ ସମ୍ବେଦନପୂର୍ଣ୍ଣ ସମୟରେ ୟୁ ଟ୍ୟୁବ ଲାଇଭ କାର୍ଯ୍ୟକ୍ରମ ରେ ରିସୋର୍ସ ପର୍ସନ ଭାବରେ କାର୍ଯ୍ୟ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଓ ଜିଲ୍ଲାର ସମସ୍ତ ବ୍ଲକରୁ ଚୟନ କରାଯାଇଥିବା ପ୍ରାରମ୍ଭିକ ସଂଖ୍ୟା ଜ୍ଞାନ ଓ ସାକ୍ଷରତା ରେ ଉତ୍ତମ ପ୍ରଦର୍ଶନ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଜିଲ୍ଲାପାଳ ମହୋଦୟ ସମ୍ବର୍ଦ୍ଧିତ କରିଥିଲେ l
ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ କିପରି ଢେଙ୍କାନାଳ ଜିଲ୍ଲାକୁ ରାଜ୍ୟର ଏକ ଅଗ୍ରଣୀ ଜିଲ୍ଲା ରୂପେ ପରିଗଣିତ କରିବାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ଅଧିକ ଅଭିନଵ କୌଶଳ ପ୍ରୟୋଗ କରି କୁନି କୁନି ପିଲାଙ୍କର ଅନ୍ତର୍ନିହିତ ଗୁଣାବଳୀ ର ବିକାଶ କରାଇବାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆହୁରି ତତ୍ପର ହେବା ନିମନ୍ତେ ଜିଲ୍ଲାପାଳ ମହୋଦୟ ଖୁଵ ପ୍ରେରଣା ଦାୟୀ ଅଭିଭାଷଣ ରଖିଥିଲେ ।
ଏହିପରି କାର୍ଯ୍ୟକ୍ରମ ନିଶ୍ଚିତ ଭାବରେ ଶିକ୍ଷକ ଶିକ୍ଷୟତ୍ରୀଙ୍କର ମନୋବଳ କୁ ବୃଦ୍ଧି କରିବାରେ ସହାୟକ ହେବ । ପରିଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।